ଜେଲ୍‌ରୁ ଗ୍ୟାଙ୍ଗ ଅପରେଟ କରୁଛି ସକିଲ, ବ୍ୟବସାୟୀଙ୍କୁ ଲକ୍ଷେ ଟଙ୍କା ଦାଦାବଟି ମାଗି ୪ ସହଯୋଗୀ ଗିରଫ

Published By : Prameya-News7 Bureau | August 19, 2020 IST

କଟକ ୧୯।୦୮ : ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୪ ସହଯୋଗୀ ଗିରଫ । ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ ଓ ମୋବାଇଲ ଫୋନ ଜବତ ହୋଇଛି । ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ ପୋଲିସ ହାତରେ ଲାଗିଛି ଅପରାଧୀଙ୍କ ସିଣ୍ଡିକେଟ୍‌ର ଗୁପ୍ତ ତଥ୍ୟ । ଜେଲ୍‌ରୁ ଥାଇ ଦୁର୍ଦ୍ଦାନ୍ତ ଅପରାଧୀ ସକିଲ , ତାର ଅନୁଚରଙ୍କୁ ଅପରେଟ୍‌ କରୁଛି ।

ସହଯୋଗୀମାନେ ସକିଲର ନିର୍ଦ୍ଦେଶରେ ଦାଦାବଟି ଆଦାୟ କରୁଛନ୍ତି । ଗିରଫ ଚାରି ଅଭିଯୁକ୍ତ ଜଣେ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ମାଗି ଧରାପଡିବା ପରେ ଏବେ ସକିଲ୍ ଗ୍ୟାଙ୍ଗର ଗୁମର ଖୋଲିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପିଣ୍ଟୁ, ଟିକୁ, ମୁନା ଓ ମହମ୍ମଦ ଜାଭେଦ । ଏମାନେ ସମସ୍ତେ ସକିଲ୍‌ର ଅନୁଗତ ଓ ସହଯୋଗୀ । ସକିଲର ନିର୍ଦ୍ଦେଶ ଅନୁସାରେ ସେମାନେ କାମ କରନ୍ତି । ଅପରାଧର ମାଷ୍ଟରମାଇଣ୍ଡ ସକିଲ ଜେଲ୍‌ରେ ଥାଇ , ଯାହା ନିର୍ଦ୍ଦେଶ ଦିଏ, ଜେଲ୍‌ ବାହାରେ ଥିବା କିଛି ସହଯୋଗୀମାନେ ତାହାକୁ ପାଳନ କରନ୍ତି । ଏହି ଯୋଜନାରେ ଜଣେ ବ୍ୟବସାୟୀଙ୍କୁ ସକିଲ୍‌ ଗ୍ୟାଙ୍ଗ ୧ଲକ୍ଷ ଟଙ୍କା ଦାଦାବଟି ମାଗିଥିଲା । କିନ୍ତୁ ଫେଲ୍‌ ମାରିଲା ଯୋଜନା , ଧରିପଡିଗଲା ଦାଦାବଟି ସିଣ୍ଡିକେଟ୍‌ ।

ସୂଚନାଯୋଗ୍ୟ ଯେ, କଟକରେ ଯଦି କେହି ଦାଦାବଟି ପାଇଁ ଧମକ ଦିଏ,  ତେବେ  ବିନା ଭୟରେ ପୋଲିସ ନିକଟରେ ଅଭିଯୋଗ କରିବା ପାଇଁ କଟକ ଡିସିପି ପ୍ରତିକ ସିଂ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.