କଟିଲାନି ଚାଲାଣ: ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ ଦେଇ ସଚେତନ କଲା ପୋଲିସ

Published By : Prameya-News7 Bureau | February 24, 2021 IST

ଅଯୋଧ୍ୟା ୨୪/୦୧ : ଉତ୍ତର ପ୍ରଦେଶରେ ଟ୍ରାଫିକ ନିୟମକୁ ନେଇ ଲୋକଙ୍କୁ ଲଗାତାର ସଚେତନ କରାଯାଉଛି। ଲୋକଙ୍କୁ ସଚେତନ କରିବାକୁ ରାଜ୍ୟରେ ସଡକ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ସଡକ ଦୁର୍ଘଟଣା ରୋକିବାକୁ ଅନେକ ଦିନ ହେଲା ଏହି ଅଭିଯାନ ଚାଲିଛି। ଅଯୋଧ୍ୟାରେ ଲୋକଙ୍କୁ ଟ୍ରାଫିକ ନିୟମ ପ୍ରତି ସଚେତନ କରିବାକୁ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି। 

{"id":413860,"sizeSlug":"large","linkDestination":"none"}

ଅଯୋଧ୍ୟାରେ ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଲୋକଙ୍କର ନା ଚାଲାଣ କଟାଗଲା ନା କୌଣସି ଦଣ୍ଡ ଦିଆଗଲା। ବରଂ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ ଦିଆଗଲା। ଏଆରଟିଓ ଓ ପୋଲିସ ଷ୍ଟେସନ ଇନଚାର୍ଜ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଗୋଲାପ ଫୁଲ ଦେଇଛନ୍ତି। ଯାହାଫଳରେ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଥିଲା ଓ ସେମାନେ ଟ୍ରାଫିକ ନିୟମ ପାଳନ କରିବାକୁ ଅପିଲ କରିଥିଲେ।

ଏଆରଟିଓ ନନ୍ଦ କୁମାର କହିଛନ୍ତି, ସଡକ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ହେଲମେଟ୍ ଓ ସିଟବେଲ୍ଟ ବ୍ୟବହାର କରିବାକୁ ଏବଂ ଆବଶ୍ୟକତା ଠାରୁ ଦ୍ରୁତ ଗତିରେ ଗାଡି ନ ଚଲାଇବାକୁ ଲୋକଙ୍କୁ ଅପିଲ କରାଯାଉଛି ଯେପରି ଦୁର୍ଘଟଣା ଏଡାଇ ଦିଆଯାଇପାରିବ।

{"id":413857,"sizeSlug":"large","linkDestination":"none"}

ଟ୍ରାଫିକ ନିୟମ ପ୍ରତି ଲୋକଙ୍କୁ ସଚେତନ କରିବାକୁ ଅଯୋଧ୍ୟା ପ୍ରଶାସନର ଏହି ପଦକ୍ଷେପକୁ ଲୋକେ ପ୍ରଶଂସା କରିଛନ୍ତି।

ଗତ ଜାନୁଆରୀ ମାସରେ ବାଲିଆ ଜିଲ୍ଲାରେ ପୋଲିସ ରାଷ୍ଟ୍ରୀୟ ସଡକ ସୁରକ୍ଷା ମାସ ପାଳନ କରିଥିଲା। ଏହି ସମୟରେ ଅଧିକାରୀ ବାହନ ଚାଳକଙ୍କୁ ସିଟବେଲ୍ଟ ଲଗାଇବା, ହେଲମେଟ୍ ବ୍ୟବହାର କରିବା ଓ ଟ୍ରାଫିକ ନିୟମ ପ୍ରତି ଲୋକଙ୍କୁ ସଚେତନ କରିଥିଲେ। ଲୋକଙ୍କୁ ଗୋଲାପ ଫୁଲ ଦେଇ କହିଥିଲେ ଯେ ନିୟମ ପାଳନ କଲେ ସେମାନଙ୍କ ପରିବାର ଗୋଲାପ ଫୁଲ ଭଳି ସର୍ବଦା ଖୁସିରେ ରହିବ।

{"id":413861,"sizeSlug":"large","linkDestination":"none"}

ସାଧାରଣତଃ ଆମେ ପୋଲିସକୁ ସବୁବେଳେ ଭୁଲ ଦୃଷ୍ଟିରେ ଦେଖିଥାଉ। ପୋଲିସ ଚେହେରା ଲୋକଙ୍କ ପାଇଁ ଏତେଟା ସକାରାତ୍ମକ ହୋଇନଥାଏ। କିନ୍ତୁ ଉତ୍ତର ପ୍ରଦେଶ ପୋଲିସ ଏକ ନୂଆ ଚେହେରା ସାମ୍ନାକୁ ଆସିଛି। ପୋଲିସ ନିଆରା ଢଙ୍ଗରେ ଜନତାଙ୍କୁ ସଚେତନ ପାଠ ପଢାଉଛି ଯାହା ପ୍ରଶଂସନୀୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.