ଗଞ୍ଜେଇ ମାଫିଆ-ପୋଲିସ ମୁହାଁମୁହିଁ, ବଳି ପଡିଲେ ହୋମଗାର୍ଡ, ଡାକ୍ତରଖାନାରେ ଆଖି ବୁଜିଲେ

Published By : Prameya-News7 Bureau | September 06, 2020 IST

ମାଲକାନଗିରି, ୦୬|୦୯:  ଗଞ୍ଜେଇ ମାଫିଆଙ୍କ ରୋଷର ଶିକାର ହେଲେ ହୋମଗାର୍ଡ । ମାଫିଆଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ଏପରି ଏକ ଘଟଣା ମାଲକାନଗିରିରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି ।

ସୂଚନାନୁସାରେ,   ଶନିବାର ରାତିରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭାରରେ ଚୋରା ଗଞ୍ଜେଇ ଚିତ୍ରକୋଣ୍ଡାରୁ ଆଣି  ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଚାଲାଣ କରୁଥିଲେ । ଏହି  ଖବର ପାଇ ବାଲିମେଳା ଓ ମାଥିଲି ରାସ୍ତାରେ ଓର୍କେଲ ଥାନା ପୋଲିସ ଜଗି ରହିଥିଲା। ଗଞ୍ଜେଇ ଚୋରା ଚାଲାଣକାରୀମାନେ ରାସ୍ତା ପାର ହେଉଥିବା ବେଳେ ଚାଉଳମେନ୍ଦି ଗ୍ରାମ ଜଙ୍ଗଲ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ।

ଚୋରା ଚାଲାଣକାରୀମାନେ ପୋଲିସ ଉପରେ ଆକ୍ରମଣ କରିବାରୁ ଜଣେ ହୋମଗାର୍ଡ ଗୁରୁତର ଭାବେ ଆହତ ହୋଇଥିଲେ। ଅନ୍ଧାରର ସୁଯୋଗ ଦେଖି  ଗଞ୍ଜେଇ କାଉଡ଼ିଆ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିଲେ। ତେବେ ଆହତ ହୋମଗାର୍ଡ ବନବାସୀ ମହାରଣାଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ଘଟିଥିଲା।

ମାଥିଲିରେ ମାଲକାନଗିରି ଏସ୍‌ପି ଋଷିକେଶ ଡି ଖିଲାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ପୋଲିସ ପକ୍ଷରୁ ଛତିଶଗଡ଼ ମାଲକାନଗିରି ଜିଲ୍ଲା ସୀମାନ୍ତକୁ ସିଲ୍ କରାଯାଇ ଖସି ପଳାଇଥିବା ଚୋରା ଗଞ୍ଜେଇ ବେପାରୀଙ୍କୁ ଧରିବା ପାଇଁ ଚଢଉ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.