ସ୍ପେନରେ ଅଭାବନୀୟ ଘଟଣା : ଡାଇନୋସର ପ୍ରତିମୂର୍ତ୍ତିରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

Published By : Prameya-News7 Bureau | May 26, 2021 IST

ସ୍ପେନ୍ ୨୬/୫ : ଶନିବାର ସ୍ପେନ କାଟାଲୋନିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାର୍ସିଲୋନା ବାହାରେ ଥିବା ଡାଇନୋସର ପ୍ରତିମୂର୍ତ୍ତିରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍ପେନର ଜଣେ ସାମ୍ବାଦିକ ସାମ ଜୋନ୍ସ ଏକଥା ସ୍ପଷ୍ଟ କରିଛନ୍ତି । କାଟାଲୋନିଆର ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ ୩୯ ବର୍ଷୀୟ ବ୍ୟକ୍ତି ଷ୍ଟେଗୋସରସ୍ ପ୍ରତିମୂର୍ତ୍ତିରେ ପଡ଼ିଯାଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ଫୋନ ଖସିପଡିବାରୁ ତାକୁ ଧରିବାକୁ ଚେଷ୍ଟା କରୁଥିବାବେଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଦୁଇଜଣ ବାପା ପୁଅ ପର୍ଯ୍ୟଟକ ପ୍ରତିମୂର୍ତ୍ତିକୁ ଦେଖୁଥିବା ବେଳେ ଏଠାରୁ ଦୁର୍ଗନ୍ଧ ବାହାରିଥିଲା । ଏହାସହ ଷ୍ଟାଚ୍ୟୁର ଗୋଡରେ କିଛି ଫାଟ ଥିବା ଦେଖିବାକୁ ପାଇଥିଲେ। ଯେଉଁଥିଲେ ଗୋଟିଏ ବ୍ୟକ୍ତିଙ୍କ ଗୋଡ ଦେଖାଯାଇଥିଲା । ଏକଥା ଜାଣିବା ପରେ ସେ ପୋଲିସକୁ ଏନେଇ ଖବର ଦେଇଥିଲେ । ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ କରୁଛି ।

wp:html /wp:html

ବିବିସି ନ୍ୟୁଜ୍ ଅନୁଯାୟୀ, ଗତ କିଛିଦିନ ଧରି ବ୍ୟକ୍ତି ଜଣଙ୍କ ନିଖୋଜ ଥିଲେ । ତାଙ୍କ ନିଖୋଜ ନେଇ ପରିବାର ଲୋକେ ମାମଲା ଦାୟର କରିଥିଲେ । ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ମଧ୍ୟ ସ୍ପଷ୍ଟ କରିବ ଯେ ପ୍ରତିମୂର୍ତ୍ତିରେ ଶରୀର କେତେ ଦିନ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.