ଫ୍ରିଜ୍ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କିଏ କରିଛି ଏମିତି ଜଘନ୍ୟ କାଣ୍ଡ? ଖିଅ ପାଉନି ପୋଲିସ୍
2/04/2021 at 5:37 PM

ହାଇଦ୍ରାବାଦ, ୦୨/୦୪: ହାଇଦ୍ରାବାଦରେ ଏମିତି ଏକ ଭୟାନକ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଯାହାକି ଜଣେ ସାଧାରଣ ଲେକକୁ ନିଶ୍ଚୟ ଭୟଭୀତ କରାଇଦେବ । ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘର ଭିତରେ କେହି ହତ୍ୟା କରିଛି । ମୃତଦେହକୁ ଲୁଚାଇବା ପାଇଁ ବ୍ୟକ୍ତିଙ୍କ ଘରର ଫ୍ରିଜ୍ ଭିତରେ ହତ୍ୟାକାରୀ ଲୁଚାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣକ ହେଉଛନ୍ତି ୩୮ ବର୍ଷୀୟ ସିଦ୍ଦିକ୍ ଅହମ୍ମଦ । ସେ ପେଶାରେ ଜଣେ ଦରଜୀ । ହାଇଦ୍ରାବାଦ ଜୁବିଲି ହିଲ୍ ଥାନା ଅଧୀନରେ ଆସୁଥିବା କରମିକା ନଗରରେ ଜଣେ ବ୍ୟକ୍ତିଙ୍କ ଘରେ ସେ ଭଡ଼ା ରହୁଥିଲେ । ବନ୍ଦ ରହିଥିବା ତାଙ୍କ ରୁମ୍ରୁ ପ୍ରଥମେ ପଚାସଢ଼ା ଗନ୍ଧ ଆସିଥିଲା । ଏନେଇ ଘର ମାଲିକ ପୋଲିସ୍କୁ ଜଣାଇଥିଲେ । ପରେ ପେଲିସ୍ ପହଞ୍ଚି କବାଟ ଭାଙ୍ଗିଥିଲା । ଏହାପରେ ଘର ଭିତର ଖୋଜିବାପରେ ସିଦ୍ଦିକ୍ଙ୍କ ମୃତ ଦେହର ଗନ୍ଧ ଫ୍ରିଜ୍ ଭିତରୁ ଆସୁଥିବା ଜଣାପଡ଼ିଥିଲା ।
ଜଣେ ଅଧିକାରୀଙ୍କ କହିବା ମୁତାବକ, ମୃତ ବ୍ୟକ୍ତିଙ୍କ ପତ୍ନୀ ଦୁଇଦିନ ପୂର୍ବରୁ ତାଙ୍କ ବାପଘରକୁ ଯାଇଛନ୍ତି । ତେଣୁ ଘର କବାଟ ବନ୍ଦ ରହିଥିଲା । ଘର ମାଲିକଙ୍କୁ ମୃତଦେହର ଗନ୍ଧ ଆସିବାରୁ ସେ ପୋଲିସ୍ରେ ଜଣାଇଥିଲେ । ପେଲିସ୍ ପହଞ୍ଚି ଫ୍ରିଜ୍ ଭିତରେ ମୃତଦେହର ଅଧାଧିକ ଅଂଶ ପଚି ଯାଇଥିବା ଦେଖିବାକୁ ପାଇଥିଲା । ପରେ ଏହାକୁ ଜବତ କରି ଓସ୍ମାନିଆ ଜେନେରାଲ୍ ହସ୍ପିଟାଲ୍କୁ ଶବ ବ୍ୟବଛେଦ ପାଇଁ ପଠାଇଥିଲା । ତେବେ ପୋଲିସ୍ରେ ଏନେଇ ଏକ ମାମଲା ଦାଏର ହେବା ପରେ ଅଧିକ ତଦନ୍ତ କରାଯାଉଥିବା ବେଳେ ହତ୍ୟାକାରୀକୁ ପୋଲିସ୍ ଖୋଜୁଥିବା ଜଣାପଡ଼ିଛି ।