ସୁପାରୀ କିଲରଙ୍କୁ ପଠାଇଥିଲା କିଏ... ଖୋର୍ଦ୍ଧା ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ ପୋଲିସ ହାତରେ ବଡ ସୁରାକ୍ !

Published By : Prameya-News7 Bureau | December 17, 2019 IST

ଖୋର୍ଦ୍ଧା ୧୭।୧:  ଖୋର୍ଦ୍ଧା ଗୁଳିକାଣ୍ଡ ଓ ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଲା ହତ୍ୟାକାରୀଙ୍କ ସୁରାକ୍ । ଗୁଳିକାଣ୍ଡ ପଛରେ ସୁପାରୀ କିଲରଙ୍କ ହାତ ଥିବା ସନ୍ଦେହ କରୁଛି ପୋଲିସ । ଖୁବଶୀଘ୍ର ପୋଲିସ କବଜାକୁ ଆସିବ ହତ୍ୟାକାରୀ । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି ।

{"id":198839,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ଦିନ କ୍ଲିନିକରେ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଡାକ୍ତରଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ନିକଟରେ ଥିବା ମେଡ଼ିସିନ ଦୋକାନୀଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ଡାକ୍ତର ଜଣଙ୍କ ହେଲେ ଶିଶୁ ରୋଗ ବିଶେଷଜ୍ଞ ମାନସ ରଞ୍ଜାନ ଦାସ । ରବିବାର ସେ କ୍ଲିନିକ୍ ରେ ବସି ରୋଗୀ ଦେଖୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ, ପରେ ଦୁଇ ଦୁର୍ବୃତ୍ତ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । 

{"id":198840,"sizeSlug":"large"}

ଆହତ ଡାକ୍ତର ମାନସ ଦାସ ଓ ମେଡ଼ିସିନ ଦୋକାନୀ ସନ୍ତୋଷ ସାହୁଙ୍କୁ ଭୁବନେଶ୍ବରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ଡାକ୍ତରଙ୍କ ପେଟରେ ଗୁଳି ବାଜିତିଲା । ତାଙ୍କୁ ପ୍ରଥମ ଖୋର୍ଦ୍ଧା ଡାକ୍ତରଖାନା ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳି ଚଳାଇଥିବା ବେଳେ ମେଡିସିନ୍ ଷ୍ଟୋର ମାଲିକ ତାଙ୍କୁ ବଞ୍ଚାଇବାକୁ ଆସିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଔଷଧ ଦୋକାନୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ଭେଣ୍ଟିଲେଟରରେ ଅଛନ୍ତି ଡାକ୍ତର ମାନସ ରଞ୍ଜନ ଦାସ । 

{"id":198841,"sizeSlug":"large"}

ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  ଗୁଳିକାଣ୍ଡର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ସିସିଟିଭିକୁ ଆଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.