ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ

Published By : Prameya-News7 Bureau | October 19, 2020 IST

କରନାଲ ୧୯/୧୦ : ହରିୟାଣା କରନାଲ ଜିଲ୍ଲାରୁ ଏକ ଚାଂଚଲ୍ୟକର ମାମଲା ସାମ୍ନାକୁ ଆସିଛି। ଆନନ୍ଦ ବିହାର ଦୁଇ ନମ୍ବର ଗଳିରେ ଦୁଇଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଦୁଇଜଣଙ୍କୁ ଘରେ ପଶି ହତ୍ୟା କରାଯାଇଥିବା ଜଣାପଡିଛି। ହତ୍ୟା ସମୟରେ ଘରେ ମୃତକଙ୍କ ପୁଅ ଶୋଇଥିଲା। ସକାଳୁ ପୁଅ ଆସି ପଡୋଶୀଙ୍କୁ କହିଥିଲା ଯେ ତା ବାପା ଉଠୁ ନାହାନ୍ତି। ଏହାପରେ ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏସପି ଗଙ୍ଗାରାମ ପୁନିୟା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଫଏସଏଲ ଟିମ ଘଟଣାସ୍ଥଳରେ ପହଞ୍ଚି ସାକ୍ଷ୍ୟ ପ୍ରମାଣ ଜୁଟାଇ ଥିଲେ। ପୋଲିସ ମୃତକଙ୍କ ପୁଅକୁ ହେପାଜତକୁ ନେଇଛି ଓ ଗମ୍ଭୀରତାର ସହ ମାମଲାର ଯାଞ୍ଚ କରୁଛି। ସଦର ଥାନା ପ୍ରଭାରୀ ବଲଜୀତ କହିଛନ୍ତି ଯେ ୫୦ ବର୍ଷ ବୟସ୍କ ଜୋଗିନ୍ଦ୍ର ନିଜର ୩୦ ବର୍ଷୀୟ ପୁଅ ସଞ୍ଜୟ ସହ ଆନନ୍ଦ ବିହାର ଦୁଇ ନମ୍ବର ଗଳିରେ ରହୁଥିଲେ। ସପ୍ତାହେ ପୂର୍ବରୁ ଜୋଗିନ୍ଦ୍ରଙ୍କ ଶାଳୀର ପୁଅ ୩୦ ବର୍ଷୀୟ ଅରୁଣ ମଧ୍ୟ ତାଙ୍କ ପାଖକୁ ଆସିଥିଲା।

{"id":347087,"sizeSlug":"large"}

ପଡୋଶୀ କହିଛନ୍ତି ଯେ ୩ଜଣ ମଦ ପିଉଥିଲେ। କିନ୍ତୁ ଗତ ଦୁଇ ଦିନ ହେଲା ତାଙ୍କ ଘରୁ କୌଣସି ଶୋରଶବ୍ଦ ଶୁଭୁନଥିଲା। କେବଳ ସଞ୍ଜୟ ହିଁ ଘର ଭିତରେ ଥିଲେ। ସେ କ୍ଷୀର ନେବା ପାଇଁ ମଧ୍ୟ ଘରୁ ବାହାରୁନଥିଲେ। ରବିବାର ସକାଳୁ ସଞ୍ଜୟ ଘରୁ ବାହାରି ପଡୋଶୀଙ୍କୁ କହିଥିଲେ ଯେ ତାଙ୍କ ବାପା କିଛି କହୁନାହାନ୍ତି କି ଉଠୁନାହାନ୍ତି।

ପଡୋଶୀ ଯେତେବେଳେ ଉଣ୍ଡି ଦେଖିଲେ ସେଠାରେ ରକ୍ତ ପଡିଥିଲା। ଘର ଭିତରକୁ ଆସି ଦେଖିଲା ବେଳକୁ ଜୋଗିନ୍ଦ୍ର ଓ ଅରୁଣର ଲହୁଲୁହାଣ ଶରୀର ପଡିଥିଲା। ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହତ୍ୟା କରାଯାଇଥିଲା। ତେବେ ଉଭୟଙ୍କୁ ଦିନେ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଗମ୍ଭିରତାର ସହ ଘଟଣାର ତଦନ୍ତ କରୁଛି। ଖୁବ ଶୀଘ୍ର ହତ୍ୟା ମାମଲାର ଖୁଲାସା ହେବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.