ଡିଜିଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଓହରିଲେ ପୋଲିସ କର୍ମଚାରୀ

Published By : Prameya-News7 Bureau | February 07, 2019 IST

ଭୁବନେଶ୍ବର ୭|୨: ପୋଲିସ ମହାନିର୍ଦ୍ଦେଶକଙ୍କ ପ୍ରତିଶୃତି ପରେ ପୋଲିସ ମହାସଂଘ ଆନ୍ଦୋଳନରୁ ଓହରିଛି । ସଂଘର ୪ଟି ଦାବି ପୂରଣ ପାଇଁ ପୋଲିସ ମହା ନିର୍ଦ୍ଦେଶକ ପ୍ରତିଶୃତି ଦେଇଛନ୍ତି । ବିଭିନ୍ନ ଦାବି ପୂରଣ ପାଇଁ ପୋଲିସ ମହାସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଆସୁଥିଲା । ତେବେ ଆଜିଠାରୁ ସଂଘ କଳା ବ୍ୟାଜ ପିନ୍ଧି ପ୍ରତିବା କରିବା ସହ ୮ ତାରିଖରୁ କାର୍ଯ୍ୟବନ୍ଦ ଓ ଅସ୍ତ୍ରଛାଡ ଆନ୍ଦୋଳନ କରିବ ବୋଲି କହିଥିଲା । ସେହି ଅନୁସାରେ ପୋଲିସ କର୍ମଚାରୀ ଆଜି କଳାବ୍ୟାଜ ପିନ୍ଧି ପ୍ରତିବାଦ ଆରମ୍ଭ କରିଥିଲେ । ତେବେ ସଂଘର କର୍ମକର୍ତ୍ତା ଓ ପୋଲିସ ମହା ନିର୍ଦ୍ଦେଶକଙ୍କ ମଧ୍ୟରେ ଆଜି ସକାଳେ ପୁଣି ଆଲୋଚନା ଅନୁଷ୍ଠିତ ହୋଇଥିଲା । ଆଲୋଚନା ବେଳେ ସଂଘର ୪ଟି ଦାବି ଅତିଶୀଘ୍ର ପୂରଣ କରାଯିବ ବୋଲି ପୋଲିସ ମହା ନିର୍ଦ୍ଦେଶକ ପ୍ରତିଶୃତି ଦେବା ପରେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ପ୍ରକାଶ କରିଛି ।  ଗ୍ରେଡ ପେ,  ପେ କେଟ୍ରିକ୍ସ ଲାଗୁ କରିବା,   ପୋଲିସ କର୍ମଚାରୀଙ୍କ ସ୍ବାସ୍ଥ୍ୟ ବୀମାକୁ ୫ ଲକ୍ଷ  କରିବା,  ସହ ବିଭିନ୍ନ ଭତ୍ତାବୃଦ୍ଧି କରିବା  ଭଳି ବିଭିନ୍ନ ଦାବି   କରିଥିଲା  ସଂଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.