ଯାତ୍ରା ପେଣ୍ଡାଲରେ ଆଜି ପୋଲିସ ଜଗିବ, ହେଲେ ରାନି କହୁଛନ୍ତି ଦର୍ଶକ ଯେମିତି ଚାହିଁବେ ସେ ସେମିତି ନାଚିବେ

Published By : Prameya-News7 Bureau | February 25, 2019 IST

ଭୁବନେଶ୍ବର୨୫|୨: ଜଲିଉଡ଼ରେ ସ୍ପାଇସି ଅଶ୍ଳୀଳ ନୃତ୍ୟ ଉପରେ ଲାଗିଲା କଟକଣା। ଯାତ୍ରାରେ ମାତ୍ରାଧିକ ଅଶ୍ଳୀଳ ନୃତ୍ୟ ନେଇ ବିଭିନ୍ନ ମହଲରୁ ପ୍ରତିବାଦ ହେବା ପରେ କଥା ଥାନାକୁ ଯାଇଥିଲା। ଆଉ ପୋଲିସ ଯାତ୍ରା ପେଣ୍ଡାଲ ଉପରେ ନଜର ରଖିବ ବୋଲି କହିଛି।

{"id":88688,"width":596,"height":331}

ଆଉ ଲୈଲା ନାଚିବନି। ଲାଗିଲା କଟକଣା। ଲୈଲା ନାଚି ନାଚି ଯାହା ସବୁ କାଣ୍ଡ କାରଖାନା କରିଛି ତାକୁ ନେଇ ସାରା ରାଜ୍ୟରେ ହୁରି ପଡ଼ିଛି । କେବଳ ନାଚୁ ନାଚୁ କଷ୍ଟ୍ୟୁମ୍‌ ଖୋଲିବାରେ କଥା ସୀମିତ ରହିନି କାମୁଡ଼ା ରାମ୍ପୁଡ଼ା ଯାଏଁ କଥା ବି ଯାଇଛି। ଆଉ ଜଲିଉଡ଼ରେ ଜଲ୍‌ୱା ଦେଖାଉଥିବା ରାନିଙ୍କ ଏହି ହରକତକୁ ଦେଖି ଚାରିଆଡୁ ପ୍ରତିବାଦ ହୋଇଥିଲା। ଲୋକେ ତାତିଥିଲେ। ଖଣ୍ଡଗିରି ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ପ୍ରଥମେ ନ୍ୟୁଜ ୭ ଖବର ପ୍ରସାରଣ ହୋଇଥିଲା ।

{"id":88689,"width":593,"height":328}

ଏହାପରେ ଖଣ୍ଡଗିରି ଯାତ୍ରା ମେଳାରେ ମହିଳାକର୍ମୀମାନେ ପ୍ରତିବାଦ କରିଥିଲେ। ଓଡିଶା ନାରୀ ସଚେତନତା ମଞ୍ଚ ମଧ୍ୟ ଏହାକୁ ବିରୋଧ କରିଛି । କଳିଙ୍ଗସେନା ଖଣ୍ଡଗିରି ଥାନାରେ ଏତଲା ଦେଇଛି । ଖଣ୍ଡଗିରିରେ ଲାଗିଥିବା ଯାତ୍ରା ପୋଷ୍ଟର ଚିରିଦେଇଥିଲା।   ଆଉ ଏହାକୁ ନେଇ କମିଶନରେଟ ପୋଲିସ ସତର୍କ ହୋଇଉଠିଛି। ଏଣିକି ପ୍ରତି ଯାତ୍ରା ପେଣ୍ଡାଲରେ ପୋଲିସ ନଜର ରହିବ। ଯେଉଁ ଯାତ୍ରା ପାର୍ଟି ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ହେବ, ସମ୍ଫୃକ୍ତ ପାର୍ଟିର ମାଲିକ ଓ କଳାକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

{"id":88690,"width":594,"height":336}

କମିଶନରେଟ ପୋଲିସ ଜଗିବ। ତେବେ ଯାତ୍ରାରେ କଣ ରେକର୍ଡ ଡ୍ୟାନ୍‌ସ ହେବନି? ଏବେ ଜଲିଉଡ଼ ଦିଫାଳ। ଗୋଟିଏ ଗୋଷ୍ଠୀ କହୁଛନ୍ତି ଏସବୁ ତାମ୍‌ସା ବନ୍ଦ କର। ଅନ୍ୟଗୋଷ୍ଠୀ କହୁଛନ୍ତି ଭିଡ ଯେଉଁଠି କାମ ସେମିତି । ନ୍ୟୁଜ ସେଭେନରେ ଗତକାଲି ଯଲିଉଡ଼ର ଅଶ୍ଳିଳ ଆମ୍ବାସଡରଙ୍କ ଖବର ପ୍ରସାରଣ ପରେ ଏବେ ଏନେଇ ଦେଖାଦେଇଛି ଏମିତି ପ୍ରତିକ୍ରିୟାମାନ। ସେପଟେ ରାନି କହିଛନ୍ତି ସେ ମାନିବେନି,  ନିଶ୍ଚୟ ନାଚିବେ।  

{"id":88691,"width":595,"height":334}

ଏଥର ସଞ୍ଜମତା ରହିବ, କିନ୍ତୁ ପ୍ରଶ୍ନ ଉଠୁଛି ଭୁବନେଶ୍ବରରେ ସିନା ଜଗିରହିବେ ପୋଲିସ, ରାଜ୍ୟର ଅନ୍ୟଭାଗରେ ଯାତ୍ରାରେ, ମେଲୋଡ଼ିରେ ରେକର୍ଡ ଡ୍ୟାନ୍‌ସ ନାଁରେ ଯାହାସବୁ ଚାଲୁଛି, ନଗ୍ନତାର ଦେଶୀ ବିଦେଶୀ ଆମ୍ବାସାଡରମାନେ ଯାହା ସବୁ ପ୍ରଦର୍ଶନ କରୁଛନ୍ତି ତା ଉପରେ କଟକଣା ଲାଗିପାରିବ କି?

{"id":88692,"width":595,"height":331}

ପୋଲିସ କମିସନରଙ୍କ ଏଭଳି ଘୋଷଣାପରେ ନ୍ୟୁଜ ୭ରେ ଆୟୋଜିତ ଏକ  ଆଲୋଚନା କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ରାନି । ରାନି କହିଥିଲେ ଯେ, ଯେତେ ଯାହା କର ଦର୍ଶକ ଯାହା ଚାହୁଛନ୍ତି ସେ ସେୟା କରିବେ । ପୋଲିସ କଟକଣା କରିବା କଥା କରୁ । ସେଥିରେ କିଛି ଯାଏ ଆସେ ନାହିଁ . ତାଙ୍କ କାମ ସେ କରିବେ ଆଉ ମୋ କାମ ମୁଁ କରିବି । ରାନିଙ୍କ ଏ କଥା ପରେ ସତରେ ଯାତ୍ରାରୁ ଯେ, ଅଶ୍ଳୀଳତା ଦୂର ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

{"id":88694,"width":593,"height":333}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.