ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପାଟଣା ପୋଲିସର ଫ୍ଲାଗ୍ ମାର୍ଚ୍ଚ

Published By : Prameya-News7 Bureau | April 19, 2019 IST

ପାଟଣା ୧୯|୪: ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପାଟଣା ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରାଯାଉଛି । କେନ୍ଦୁଝର ଏସପି, ଉପ ଜିଲ୍ଲାପାଳଙ୍କ  ନିର୍ଦ୍ଦେଶ କ୍ରମେ ପାଟଣା ନିର୍ବାଚନ ମଣ୍ଡଳୀରେ ୬ଟି ଫ୍ଲାଇଂ ସ୍କ୍ବାର୍ଡ ବିଭିନ୍ନ ଅଞ୍ଚଳରେ ଗାଡି ଯାଞ୍ଚ କରୁଛନ୍ତି । କେନ୍ଦୁଝର ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗାଡି ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ୪୯ ନମ୍ବର ରାଜପଥର ବମ୍ବେ କଲିକତା ରୋଡ଼ର ଖିରେଇଟାଙ୍ଗିରି, ବାଉଁଶୁଳୀ, କେନ୍ଦୁଝର ଓ  ମୟୁରଭଞ୍ଜ ଜିଲ୍ଲାର ସୀମାନ୍ତ ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଯାଉଥିବା ଗାଡି ମଧ୍ୟ ଯାଞ୍ଚ କରୁଛି ଫ୍ଳାଇଂ ସ୍କ୍ବାର୍ଡ ।  ସେହିପରି ତୁରୁମୁଙ୍ଗା ଚମ୍ପୁଆ କେଟି ରୋଡ଼ର ଗିଧିବାସ ଛକରେ ମଧ୍ୟ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାନବାହାନ ଯାଞ୍ଚ  କରାଯାଉଛି ।  ଏହି ରାସ୍ତା ଦେଇ ଯାଉଥିବା ମଟର ସାଇକେଲର ଡିକି କୁ ମଧ୍ୟ ଯାଞ୍ଚ କରାଯାଉଥିବା ଘଟଗାଁ ଏସଡିପିଓ  କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.