ନିଶ୍ଚିନ୍ତକୋଇଲି ଥାନା ଅଂଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ

Published By : Prameya-News7 Bureau | April 28, 2019 IST

ନିଶ୍ଚିନ୍ତକୋଇଲି ୨୮|୪: ଆସନ୍ତାକାଲି ୪ର୍ଥ ପର୍ଯ୍ୟାୟ  ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଂଚଳରେ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ୍ ମାର୍ଚ୍ଚ ନିଶ୍ଚିନ୍ତକୋଇଲି, ସୁକରପଡା, କଟିକଟା, ଅସୁରେଶ୍ବର, ତରତ, ହରିରାଜପୁର, ବରକୋଳିଆ, ନଗସପୁର, ନେମାଳ ପ୍ରଭୁତି ସ୍ଥାନ ମାନଙ୍କରେ କରାଯାଇଥିଲା ।

{"id":108372,"width":581,"height":326}

ଏହି ଫ୍ଲାଗ୍ ମାର୍ଚ୍ଚ ନେମାଳ ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଙ୍କ ତତ୍ବାବଧାନରେ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ାଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଓଡ଼ିଶା ପୋଲିସ ସହ ଆନ୍ଧ୍ର ପୋଲିସ ମଧ୍ୟ ସାମିଲ୍ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.