ନିୟମ ନ ମାନି କରୁଥିଲେ ବାହାଘର, ପହଞ୍ଚିଗଲା ପ୍ରଶାସନ, କୋଡ଼ିଏ ହଜାର ଜୋରିମାନା ଆଦାୟ

Published By : Prameya-News7 Bureau | May 19, 2021 IST

ସାନଖେମୁଣ୍ଡି, ୧୯/୫: କରୋନା ସଂକ୍ରମଣ ଶୃଙ୍ଖଳକୁ ରୋକିବାକୁ ପ୍ରଶାସନର ତାଗିଦକୁ ଲୋକ ମାନୁନାହାନ୍ତି। ଫଳରେ ଗତ ମଙ୍ଗଳବାର ଅଞ୍ଚଳରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି।

ମଙ୍ଗଳବାର ଗୋଠ ଗାଁରେ ବାହାଘର ଭୋଜିକୁ ବନ୍ଦ କରି ପ୍ରଶାସନ ଠାରୁ ଗ୍ରାମବାସୀ ତାଗିଦ ଶୁଣିଥିବା ବେଳେ ବୁଧବାର ଜୟନ୍ତୀପୁର ଗ୍ରାମରେ ଚାଲିଥିବା ଦୁଇଟି ବାହାଘର ଭୋଜିକୁ ପ୍ରଶାସନ ବନ୍ଦ କରିବା ସହ କୋଡ଼ିଏ ହଜାର ଟଙ୍କା ଜୋରିମାନା ଆଦାୟ କରିଛି l କୋଭିଡ ନିୟମ ଅବମାନନା ଅଭିଯୋଗରେ ତହସିଲଦାର ଅମିତ କୁମାର ନାୟକ ଓ ଜରଡ଼ା ଥାନା ପୋଲିସ ପହଂଚି ଭୋଜିକୁ ବନ୍ଦ କରିଛନ୍ତି ।

ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଏହି ଗ୍ରାମରେ କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନର କଟକଣାକୁ ଭୁଲି ଅଧିକା ଲୋକଙ୍କୁ ନେଇ ଭୋଜି କରୁଛନ୍ତି l ଗ୍ରାମବାସୀଙ୍କୁ ଏନେଇ ତାଗିଦ କରିବା ସହ ରନ୍ଧା ଖାଦ୍ୟକୁ ପାର୍ସଲ ଦେବାକୁ ପରାମର୍ଶ ଦେଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.