ସାବାଡ ହେଉଛନ୍ତି ଅମାନିଆ, କରୋନା କାଳରେ ଫାଇନ ଗଣି ଗଣି ବେହାଲ ହେଲେଣି ଲୋକେ

Published By : Prameya-News7 Bureau | July 09, 2021 IST

ଭୋଗରାଇ ୯/୭: ରାଜ୍ୟରେ ୨୦ଟି ଜିଲ୍ଲାରେ କରୋନା ସଂକ୍ରମଣ ତଳ ମୁହାଁ ହେଉଥିବା ବେଳେ ୧୦ଟି ଜିଲ୍ଲାରେ କରୋନା ଉପର ମୁହାଁ ହୋଇ ରହିଛି । ବିଶେଷ କରି ବାଲେଶ୍ୱର ଜିଲ୍ଲାରେ କରୋନା ହୁହୁ ହୋଇ ମାତିଚାଲିଛି । ଭୋଗରାଇ ବ୍ଲକରେ ମୃତ୍ୟୁ ସଂଖ୍ୟା ଥମୁନଥିବାବେଳେ ଏହାକୁ ବେଖାତିର କରୁଛନ୍ତି ସ୍ଥାନୀୟ ଲୋକେ । ବିନା କାରଣରେ ଏମେତେଣେ ବୁଲୁଛନ୍ତି ଅମାନିଆ ।

wp:gallery {"ids":[477762],"linkTo":"none"} /wp:gallery

ଅମାନିଆଙ୍କୁ ସାବାଡ କରିବାକୁ ବାଲେଶ୍ୱର ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ ଶୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶ କ୍ରମେ ମୋଟା ଅଙ୍କରେ ଫାଇନ କାଟିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ଥିବା ବିଭିନ୍ନ ଥାନା ଅଂଚଳରେ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇ ଫାଇନ ଆଦାୟ କରାଯାଉଛି । ସେହିପରି ଭୋଗରାଇ, ଥାନାଛକ, ଚନ୍ଦନେଶ୍ୱର  ଓ କମର୍ଦ୍ଦା ଥାନା ଅଧିକାରୀ ମାନେ ଜଳେଶ୍ୱର ଚନ୍ଦନେଶ୍ୱର ରାସ୍ତାରେ ଫାଇନ ଆଦାୟକରିବା ସହ ଅମାନିଆଙ୍କୁ ସାବାଡ କରୁଥିବାର ନଜିର ରହିଛି ।

wp:gallery {"ids":[477763],"linkTo":"none"} /wp:gallery

ତେବେ କମର୍ଦ୍ଦା ଥାନା ଅଧିନସ୍ଥ କମର୍ଦ୍ଦା   ପୋଲିସର ଏହି ଆଦାୟକୁ ବହୁ ଲୋକ ବିରୋଧ କରୁଛନ୍ତି । ତାର ଉଦାହରଣ ଜଣେ ବ୍ୟକ୍ତି ନାମ୍ପୋ ଫାଣ୍ଡିରେ ଧରାପଡି ୨ଶହ ଟଙ୍କାର ଫାଇନ କାଟିଥିଲେ । ତା ପରଦିନ କମର୍ଦ୍ଦା ଡାକବଙ୍ଗଳାଠାରେ ଧରାପଡି ପୁଣି ୨୦୦ ଟଙ୍କା ଫାଇନ ଗଣିଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ରାଗିଯାଇ ରାସ୍ତା ମଛିରେ ହାଇଡ୍ରାମା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.