Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

୫୧ ବର୍ଷ ପରେ ପୋଲିସ୍ ଫେରାଇଲା ହଜିଥିବା ପର୍ସ : ପାଇବା ପରେ ମାଲିକ ହେଲେ ଆଶ୍ଚର୍ଯ୍ୟ…

11/10/2021 at 11:00 AM

ୱାଶିଂଟନ୍‌ ୧୧/୧୦ : ବେଳେବେଳେ ହଜିଯାଇଥିବା ଜିନିଷ ଖୋଜିବାରେ ବହୁତ ସମୟ ଲାଗି ଯାଇଥାଏ। କାହାକୁ ମିଳିଥାଏ ତା ଆଉ କାହାକୁ ମିଳେ ନାହିଁ । କିନ୍ତୁ ଆମେରିକାରୁ ଏମିତି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ପୋଲିସ ୫୧ ବର୍ଷ ପରେ ଜଣେ ବ୍ୟକ୍ତିଙ୍କର ହଜିଯାଇଥିବା ପର୍ସ ଫେରି ପାଇଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି  ଯେତେବେଳେ ମାଲିକ ପର୍ସ ଖୋଲିଥିଲେ, ତ ସେଥିରେ ଥିବା ସମସ୍ତ ଡକ୍ୟୁମେଣ୍ଟ ଯେମିତିକୁ ସେମିତି ସୁରକ୍ଷିତ ଥିଲା ।

ତେତେ, ଏହି ଘଟଣାଟି ଆମେରିକାର କାନସାସ୍ ରାଜ୍ୟରୁ ଦେଖିବାକୁ ମିଳିଛି । ପୋଲିସ କହିଛି ଯେ ୧୯୭୦ରେ ଜଣେ ବ୍ୟକ୍ତିଙ୍କର ପର୍ସ ହଜି ଯାଇଥିଲା। ସେହି ସମୟରେ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ତାହା ମିଳିପାରି ନ ଥିଲା। କିନ୍ତୁ ୨୦୨୧ରେ ଗ୍ରେଟ୍ ବେଣ୍ଡ୍ ପୋଲିସକୁ ଉକ୍ତ ବ୍ୟକ୍ତିଙ୍କର ହଜିଯାଇଥିବା ପର୍ସ କେଉଁଠାରୁ ମିଳି ଯାଇଥିଲା। ହେଲେ ଏହା କୁହାଯାଇ ନାହିଁ କି, ପର୍ସଟି କେଉଁଠାରୁ ମିଳିଲା। ତେବେ ପୋଲିସ ପର୍ସ ମାଲିକଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲା, ଶେଷରେ ବ୍ୟକ୍ତି ଜଣକ କାନସାସର ଲରେନ୍ସରେ ମିଳିଥିଲା।

ଯେତେବେଳେ ପୋଲିସ ତାଙ୍କୁ ଏହି ପର୍ସ ଦେଇଥିଲା, ତ ଘଟଣାକୁ ମନେ ପକାଇବା ପାଇଁ ବ୍ୟକ୍ତିଙ୍କୁ ବହୁତ ସମୟ ଲାଗିଥିଲା। ସବୁକିଛି ମନେ ପଡ଼ିବା ପରେ ସେ ତୁରନ୍ତ ପର୍ସଟିକୁ ଚିହ୍ନି ଖୋଲି ଦେଖି ଥିଲେ । ଆଉ ପର୍ସ ଖୋଲୁ ଖୋଲୁ ଭିତରେ ସେ ସମସ୍ତ ଜିନିଷ ସେହି ଭଳି ସୁରକ୍ଷିତ ଥିଲା । ତାହା ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ  ସ୍ଥାନୀୟ ପୋଲିସ ପର୍ସ ହସ୍ତାନ୍ତର କରିଥିଲେ। ଏହି ପର୍ସରେ ପୋଲିସ ଅଧିକାରୀମାନେ ସାମାଜିକ ସୁରକ୍ଷା କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ସମେତ ଅନ୍ୟାନ୍ୟ ଜିନିଷ ପାଇଥିଲେ। ଲାଇସେନ୍ସର ସମୟ ସୀମା ୧୯୭୪ରୁ ହିଁ ସମାପ୍ତ ହୋଇଯାଇଥିଲା। ଏହାପରେ ଅଧିକାରୀମାନେ ପର୍ସ ମାଲିକଙ୍କ ସହ ଯୋଗାଯୋଗ କରି ପର୍ସକୁ ହସ୍ତାନ୍ତର କରିଥିଲେ। ଜଣାପଡ଼ିଛି କି, ବ୍ୟକ୍ତି ଜଣକ ନିଜ ହାତରେ ଉକ୍ତ ପର୍ସ ତିଆରି କରିଥିଲେ ।

   Related Posts