Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ, ଅଭିଯୋଗ କରିଥିଲା ଉସମାନିଆ ୟୁନିଭରସିଟି

26/11/2020 at 4:01 PM

ବେଙ୍ଗାଲୁରୁ ୨୬/୧୧ : ଦକ୍ଷିଣ ଭାରତରେ ବିଜେପିର ପତିଆରା ବିସ୍ତାର ପାଇଁ ଲଗାତାର ଭାବେ ପ୍ରୟାସ ଜାରି ରଖିଥିବା ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ହାଇଦରାବାଦ ପୋଲିସ । ବେଙ୍ଗାଲୁରୁ ଦକ୍ଷିଣ ପ୍ରାନ୍ତରୁ ସାଂସଦ ଥିବା ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲା ଉସମାନିଆ ୟୁନିଭରସିଟି । ତେବେ ପୋଲିସ ତେଜସ୍ବୀଙ୍କ ବିରୋଧରେ ଆଇପିସିର ଧାରା ୪୪୭ରେ ମାମଲା ରୁଜୁ କରିଛି ।

ଉସମାନିଆ ୟୁନିଭରସିଟି ଅଭିଯୋଗ କରିଛି ଯେ, ତେଜସ୍ବୀ ସୂର୍ଯ୍ୟ ବିନା ଅନୁମତିର କଲେଜ କ୍ୟାମ୍ପସ୍ ମଧ୍ୟରେ ପ୍ରବେଶ କରି ରାଲି ଆୟୋଜନ କରିଛନ୍ତି । କେବଳ ଏତିକି ନୁହେଁ ଏନସିସି ଗେଟକୁ ଭାଙ୍ଗି ସମର୍ଥକଙ୍କ ସହିତ କ୍ୟାମ୍ପସ୍ ମଧ୍ୟରେ ପ୍ରବେଶ କରିବା ଭଳି ସଙ୍ଗିନ୍ ଅଭିଯୋଗ କରିଛି ୟୁନିଭରସିଟି । ବର୍ତ୍ତମାନ ହାଇଦରାବାଦରେ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । TRS ଏବଂ AIMIM ଦଳ ସମେତ ବିଜେପି ମଧ୍ୟ ପୁରା ଦମରେ ଲାଗିପଡିଛି । ବିଜେପି ପକ୍ଷରୁ ଯୁବ ସାଂସଦ ତେଜସ୍ବୀ ସୂର୍ଯ୍ୟ ବଡ ଚେହେରା ଭାବେ ଉଭା ହୋଇଛନ୍ତି । ଗତ ମଙ୍ଗଳବାର ଦିନ ତେଜସ୍ବୀ ସୂର୍ଯ୍ୟ ଉସମାନିଆ ୟୁନିଭରସିଟି ପରିଷରରେ ଏକ ସଭା କରିଥିଲେ । ପରବର୍ତ୍ତି ସମୟରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା ।

ୟୁନିଭରସିଟି ଭିତରକୁ ଯିବା ପୂର୍ବରୁ ତେଜସ୍ବୀ ସୂର୍ଯ୍ୟ ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀ କେସିଆରଙ୍କ ଆଦେଶରେ ତାଙ୍କୁ ୟୁନିଭରସିଟି ଭିତରକୁ ପ୍ରବେଶ କରିବା ଦିଆଯାଇନଥିଲା । ତାଙ୍କୁ ଏବଂ ତାଙ୍କର ସମର୍ଥକଙ୍କୁ ଗେଟ ପାଖରେ ହିଁ ରୋକି ଦିଆଯାଇଥିଲା । ତେବେ ସେହି ସମୟର ଦୃଶ୍ୟକୁ ତେଜସ୍ବୀ ସୂର୍ଯ୍ୟ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ତାଙ୍କର ଏହି ଦାବିକୁ ପୋଲିସ ଖାରଜ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ସଫେଇ ଦିଆଯାଇଛି ଯେ, ତେଜସ୍ବୀ ସୂର୍ଯ୍ୟଙ୍କୁ ଗେଟ ନିକଟରେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ଏବଂ ତାଙ୍କ ସମର୍ଥକ ଗେଟ୍ ଭାଙ୍ଗି ଜୋରଜବରଦସ୍ତ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ ।

   Related Posts