Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

କୃଷକ ଆନ୍ଦୋଳନକୁ ନେଇ ରାହୁଲ କହିଲେ, ‘ପ୍ରଧାନମନ୍ତ୍ରୀଙ୍କ ଅହଙ୍କାର ଯବାନଙ୍କୁ କୃଷକଙ୍କ ବିପକ୍ଷରେ ଛିଡା କରିଦେଇଛି’

28/11/2020 at 1:04 PM

ନୂଆଦିଲ୍ଲୀ ୨୮/୧୧ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଓ ପ୍ରିୟଙ୍କା କିଛି ଫଟୋ ଟ୍ୱିଟ୍ କରି କୃଷକଙ୍କ ଉପରେ ପୋଲିସର ଦମନ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ସରକାରଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ ଏକ ଫଟୋ ସେୟାର କରି ଟ୍ୱିଟ କରିଛନ୍ତି ଯେ, ‘ଅତ୍ୟନ୍ତ ଦୁଃଖଦ ଫଟୋ, ଆମ ନାରା ‘ଜୟ ଯବାନ୍ ଜୟ କିଷାନ୍’ ଥିଲା କିନ୍ତୁ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅହଙ୍କାର ଯବାନଙ୍କୁ କୃଷକଙ୍କ ବିପକ୍ଷରେ ଛିଡା କରିଛି। ଏହା ଅତ୍ୟନ୍ତ ଦୁଃଖଦ ଓ ଭୟଙ୍କର।’

ଅପରପକ୍ଷରେ ପ୍ରିୟଙ୍କା ଟ୍ୱିଟ କରିଛନ୍ତି ଯେ, ବିଜେପି ସରକାରରେ ଦେଶର ବ୍ୟବସ୍ଥା ଦେଖନ୍ତୁ, ଯେତେବେଳେ କୋଟିପତି ମିତ୍ର ଦିଲ୍ଲୀ ଆସନ୍ତି ସେତେବେଳେ ତାଙ୍କ ପାଇଁ ରେଡ କାର୍ପେଟ୍ ବିଛା ଯାଇଥାଏ। କିନ୍ତୁ କୃଷକଙ୍କ ପାଇଁ ଦିଲ୍ଲୀ ଆସିବା ରାସ୍ତା ଖୋଳାଯାଉଛି ଯେପରି ସେମାନେ ଦିଲ୍ଲୀ ନ ଆସିପାରିବେ। ଦିଲ୍ଲୀ କୃଷକଙ୍କ ବିରୋଧରେ ଆଇନ ଗଠନ କରିବା ଠିକ କିନ୍ତୁ ସରକାରଙ୍କୁ ନିଜ କଥା କହିବାକୁ କୃଷକ ଦିଲ୍ଲୀ ଆସିବା ଭୁଲ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଲାଗୁ କରିଥିବ କୃଷକ ଆଇନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ ଶନିବାର ଦିନ ସକାଳୁ ସିନ୍ଧୁ ସୀମାରେ ଏକାଠି ହୋଇ ବୈଠକ କରିଛନ୍ତି। ଏଥିପାଇଁ କୃଷକମାନେ ପ୍ରଦର୍ଶନ ପାଇଁ ଉତ୍ତର ଦିଲ୍ଲୀରେ ସ୍ଥାନ ନିର୍ଧାରଣ କରିଥିବା ସତ୍ତ୍ୱେ ସୀମାରେ ହିଁ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିକରି ସୀମାରେ ଉପସ୍ଥିତ କୃଷକଙ୍କ ପ୍ରଦର୍ଶନ ମଧ୍ୟ ଜାରି ରହିଛି।

ଜଣେ କୃଷକ ନେତା କହିଛନ୍ତି ଯେ, ପଞ୍ଜାବରୁ ଦିଲ୍ଲୀକୁ ପ୍ରବେଶ କରିବାର ମୁଖ୍ୟ ସଡକ ସିନ୍ଧୁ ସୀମାରେ କୃଷକଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସେଠାରେ ହିଁ ପ୍ରଦର୍ଶନ କରିବେ ଏବଂ ସେଠାରୁ କୁଆଡେ ଘୁଞ୍ଚିବେନି। ସେ କହିଛନ୍ତି ଯେ ସେମାନେ ଘରକୁ ଫେରିବେନି।

ପଞ୍ଜାବ ଓ ହରିୟାଣାରୁ ହଜାର ହଜାର କୃଷକ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଶୁକ୍ରବାର ଦିନ ସୀମାରେ ପୋଲିସ ଟିଅର ଗ୍ୟାସ ଓ ପାଣି ଛିଞ୍ଚିଥିଲା। ଏହାପରେ ଶହ ଶହ କୃଷକ ଦିଲ୍ଲୀରେ ପ୍ରବେଶ କରିଥିଲେ। ଏବେ ମଧ୍ୟ ହଜାର ହଜାର କୃଷକ ସୀମାରେ ଜମା ହୋଇଛନ୍ତି। ପ୍ରଶାସନ ନିର୍ଣ୍ଣୟ କରିଥିବା ଧାରଣା ସ୍ଥଳରେ ପ୍ରଦର୍ଶନକୁ ନେଇ ସେମାନେ ଏବେ ଯାଏଁ କିଛି ନିଷ୍ପତ୍ତି ନେଇନାହାନ୍ତି।

   Related Posts