କଟକ ଟାଙ୍ଗୀରେ କୃଷକ ପଦଯାତ୍ରାବେଳେ କୃଷକ ଓ ପୋଲିସ ମୁହାଁମୁହିଁ

Published By : Prameya-News7 Bureau | November 01, 2018 IST

କଟକ ୧|୧୧: କୃଷକ ପଦଯାତ୍ରାବେଳେ କୃଷକ ଓ ପୋଲିସ ମୁହାଁମୁହିଁ । କଟକ ଟାଙ୍ଗୀ ନିକଟରେ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ କୁଆଖିଆରୁ ବାହାରିଥିବା କୃଷକ ପଦଯାତ୍ରା  ବିଳମ୍ବିତ ରାତିରେ ଟାଙ୍ଗୀ ନିକଟରେ ପହଞ୍ଚିଥିଲେ । ରାସ୍ତା ଉପରେ ହଜାରରୁ ଅଧିକ କୃଷକ ବିଶ୍ରାମ କରୁଥିବାବେଳେ ପୋଲିସ ସହ ଗଣ୍ଡଗୋଳ ହୋଇଥିଲା । ଆସନ୍ତା ୫ ତାରିଖରେ ନବନିର୍ମାଣ କୃଷକ ସଂଘର ସଦସ୍ୟମାନେ ଭୁବନେଶ୍ବରରେ ଏକାଠି ହେବେ । ହେଲେ କୃଷକମାନଙ୍କ ଭୁବନେଶ୍ବର ଯିବାପାଇଁ ବନ୍ଦ କରିବାକୁ ପୋଲିସ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି କୃଷକ । ରାତି ତମାମ ଟାଙ୍ଗୀ ଷ୍ଟେସନ ବ୍ୟାଙ୍କ ନିକଟ  ଏନଏଚ୧୬ରେ ଉତ୍ତେଜନା ଲାଗିରହିଥିଲା । ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୋଲିସ ମୁତୟନ ଅଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.