ସୋସିଆଲ ମିଡିଆ ମାଧ୍ୟମରେ ଚାଲୁଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ, ଯୁବତୀମାନଙ୍କର ଫଟୋ ପଠାଇ ଗ୍ରାହକ ଯୋଗାଡ କରୁଥିଲା ଦଲାଲ

Published By : Prameya-News7 Bureau | August 16, 2019 IST

ମେରଠ ୧୬|୮:  ଉତ୍ତରପ୍ରଦେଶ ମେରଠରେ ରେଡ୍ ଲାଇଟ୍ ଏରିଆ ବନ୍ଦ ହେବା ପରେ ଏବେ ଦଲାଲମାନେ ନୂଆ ଉପାୟରେ ସେକ୍ସ ର୍ୟାକେଟ୍ ଚଳାଇଛନ୍ତି । ଦଲାଲମାନେ ସହରର ପୋଶ୍ କଲୋନୀକୁ ନିଜର ନୂଆ ଠିକଣା ଭାବେ ବାଛିଛନ୍ତି । ମେରଠ ପୋଲିସ ପୋଶ୍ କଲୋନୀରେ ଚଢାଉ କରି ଏକ ଘରେ ଚାଲିଥିବା ସେକ୍ସ ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି । ଚଢାଉ ବେଳେ କିଛି ମହିଳାଙ୍କ ସମେତ ଯୁବକମାନଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଛି ପୋଲିସ । ଆଣ୍ଟି ହ୍ୟୁମାନ ଟ୍ରାଫିକ୍ ୟୁନିଟ୍ ଟିମ୍ ତିନି ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି । ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା ।

ପୋଲିସର ସୂଚନା ଅନୁସାରେ ଏହି ର୍ୟାକେଟ୍ ସ୍ଥାନ ବଦଳାଇ ସେକ୍ସ ର୍ୟାକେଟ୍ ଚଳାଇଥିଲା । ପୂର୍ବରୁ କସେରୁଖେଡା ଅଞ୍ଚଳରେ ଦଲାଲ ଏହି ସେକ୍ସ ର୍ୟାକେଟ୍ ଚଳାଇଥିଲା । ପରେ ସେଠାରେ ଗଙ୍ଗାନଗରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଯୁବତୀମାନଙ୍କର ଫଟୋ ମୋବାଇଲରେ ପଠାଯାଇ ଗ୍ରାହକ ଯୋଗାଡ କରୁଥିଲେ ଦଲାଲ । ଗ୍ରାହକମାନଙ୍କୁ ଫଟୋ ପସନ୍ଦ ଆସୁଥିଲେ ସେମାନେ ଆସିଥାନ୍ତି ।

ଯେଉଁ ଘରେ ଚଢାଉ କରାଯାଇଥିଲା ସେହି ଘରେ ୧୦ମାସର ଛୁଆକୁ ପୋଲିସ ଉଦ୍ଧାର କରିଥିଲା । ଯେତେବେଳେ ଗିରଫ ହୋଇଥିବା ମହିଳାମାନଙ୍କୁ ଶିଶୁ ବିଷୟରେ ପଚରାଯାଇଥିଲା ସେତେବେଳେ ସେମାନେ ଶିଶୁଟିକୁ ନିଜର ବୋଲି କହିଥିଲେ । ସ୍ଥାନୀୟ ଲୋକଙ୍କୁ ଏମାନଙ୍କ ଉପରେ ସନ୍ଦେହ ହୋଇଥିବାବେଳେ ଛୁଆଟି ଥିବା ହେତୁ ସେମାନେ ଏହାକୁ ନଜରଅନ୍ଦାଜ କରିଦେଇଥିଲେ । ପୋଲିସ କହିଛି ଯେ, କାହାରିକୁ ସନ୍ଦେହ ନହେବା ପାଇଁ ମହିଳାମାନେ ଛୁଆଟିକୁ ସାଥିରେ ରଖିଥିଲେ ।

ସୂଚନାଯୋଗ୍ୟ ଯେ, ପୋଲିସ ଅଭିଯୁକ୍ତ ମହିଳାଙ୍କ ସମେତ ୫ଜଣଙ୍କୁ ୨୦୧୮ ମସିହା ଅପ୍ରେଲ ମାସରେ ମେଡିକାଲ ଅଞ୍ଚଳରୁ ଦେହ ବ୍ୟବସାୟ ଅଭିଯୋଗରେ ଗିରଫ କରିଥିଲା । ଗିରଫ ପରେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା । ଜେଲ୍ ରୁ ବାହାରିବା ପରେ ମହିଳା ଏବଂ ତାଙ୍କ ଜ୍ବାଇଁ ମିଳିତ ଭାବେ ପୁଣି ଥରେ ଦେହ ବ୍ୟବସାୟ ଚଳାଇଥିଲେ । ମହିଳାଙ୍କୁ ଗିରଫ କରାଯିବା ପରେ ପୋଲିସ ତାଙ୍କ ଜ୍ବାଇଁଙ୍କୁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.