Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଗୁରୁଗାଓଁରେ ମଦ ପିଆଇ ହତ୍ୟା, ଦିଲ୍ଲୀରେ ଫିଙ୍ଗିଲେ ଖଣ୍ଡବିଖଣ୍ଡିତ ମୃତଦେହ : ଟାଟୁରୁ ଧରାପଡିଲା ହତ୍ୟାକାରୀ

21/10/2020 at 12:35 PM

ଦିଲ୍ଲୀ ୨୧।୧୦: ଦିଲ୍ଲୀ ଅଶୋକ ବିବାହରୁ ୫ ଦିନ ପୂର୍ବରୁ ମିଳିଥିବା ମୃତଦେହର ପରିଚୟ ମିଳିଛି । ମୃତବ୍ୟକ୍ତିଙ୍କ ହାତରେ ଥିବା ଟାଟୁରୁ ତାଙ୍କର ପରିଚୟ ମିଳିଥିବା ପୋଲିସ କହିଛି । ମୃତକ ହେଉଛନ୍ତି ସହାରପୁର ବାସିନ୍ଦା ସନ୍ଦୀପ । ତାଙ୍କୁ ଗୁରଗାଓଁରେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ପୋଲିସ ନରେଶ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । କନଷ୍ଟ୍ରକସନ ସାଇଟ୍ ରୁ ତାଙ୍କ ମୃତଦେହ ଏକ ବ୍ୟାଗ୍ ରେ ଭର୍ତ୍ତି ଅବସ୍ଥାରେ ମିଳିଥିଲା । ମୃତ ବ୍ୟକ୍ତିଙ୍କ ବେଗ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଥିଲା । ଗିରଫ ବ୍ୟକ୍ତି ଜଣଙ୍କ କହିଛନ୍ତି ମୃତକ ତାଙ୍କର ବନ୍ଧୁ ଥିଲେ । ନରେଶ ସନ୍ଦେହ କରୁଥିଲେ ଯେ ତାଙ୍କ ପତ୍ନୀଙ୍କ ସହ ତାଙ୍କର ଅନୈତିକ ସଂପର୍କ ରହିଥିଲା । ଫଳରେ ସେ ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା ।

ସୂଚନାଯୋଗ୍ୟ ଯେ, ନରେଶ ଅଟୋ ଚଳାଉଥିଲେ । ସେ ବଜଘେଡାରେ ତାଙ୍କ ପତ୍ନୀ ଏବଂ ୪ ସନ୍ତାନଙ୍କ ସହ ରହୁଥିଲେ । ଅକ୍ଟୋବର ୧୩ ତାରିଖ ରାତି ୧୧ଟାରେ ସେ ସନ୍ଦୀପଙ୍କ ଢାବାରେ ବସି ତାଙ୍କ ସହ ମଦ ପିଇଥିଲେ । ଏହାପରେ ସେ ତାଙ୍କୁ ତାଙ୍କ ଘରକୁ ଆଣିଥିଲେ । ନରେଶ ଏବଂ ସନ୍ଦୀପ ଉଭୟ ସଂପର୍କୀୟ ଥିଲେ । ଉଭୟଙ୍କ ଘର ମଧ୍ୟ ପାଖାପାଖି ଥିଲା । ସନ୍ଦୀପ ତାଙ୍କ ଘରେ ରାତିରେ ରହିଥିଲେ । ରାତିରେ ସନ୍ଦୀପ ଶୋଇଯିବା ପରେ ଧାରୁଆ ଅସ୍ତ୍ରରେ ନରେଶ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ସେଠାରେ ହିଁ ମୃତ୍ୟୁ ହୋଇଯାଇଥିଲା । ତାପର ଦିନ ସକାଳେ ନରେଶ ତାଙ୍କ ପତ୍ନୀ ଏବଂ ଛୁଆଙ୍କୁ ଢାବାକୁ ପଠାଇଦେଇଥିଲେ । ସେମାନେ ଯିବା ପରେ ନରେଶ ମୃତଦେହକୁ ଦୁଇ ଖଣ୍ଡ କରି ପ୍ଲାଷ୍ଟିକ୍ ବ୍ୟାଗ୍ ରେ ଭର୍ତ୍ତି କରିଦେଇଥିଲେ । ଘରୁ ମଧ୍ୟ ରକ୍ତ ସଫା କରିଦେଇଥିଲେ । ବିଳମ୍ବିତ ରାତିରେ ପ୍ଲାଷ୍ଟିକ ବ୍ୟାଗ୍ କୁ ଏକ ଅର୍ଦ୍ଧନିର୍ମିତ ବିଲ୍ଡିଂରେ ଫିଙ୍ଗି ଦେଇଥିଲା ।

ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ମୃତକଙ୍କ ଦୁଇ ହାତରେ ଦୁଇଟି ଟାଟୁ ଥିଲା । ସେହି ଟାଟୁରୁ ମୃତକଙ୍କ ପରିଚୟ ମିଳିଥିଲା । ଗୋଟିଏ ହାତରେ ସନ୍ଦୀପ ଏବଂ ଅନ୍ୟ ହାତରେ ଓମ୍ ଲେଖାଥିଲା । ଛାନଭିନ୍ ପରେ ସନ୍ଦୀପ ସହାରପୁର ବାସିନ୍ଦା ବୋଲି ପୋଲିସ ଜାଣିବାକୁ ପାଇଥିଲା । ତାଙ୍କର ଗୁରଗାଓଁରେ ଏକ ଢାବା ଥିଲା । ସେ ବଜଘେଡାରେ ରହୁଥିଲେ ।

   Related Posts