ଜଣକୁ ଗିରଫ କରିବାକୁ ଯାଇ ଅନ୍ୟଜଣକ ଘରେ ପଶିଲା ପୁଲିସ, ବିନାକାରଣରେ ପୁଲିସ ମାଡର ଶିକାର ହେଲେ ନାବାଳିକା

Published By : Prameya-News7 Bureau | September 24, 2019 IST

ଯାଜପୁର ୨୪।୦୯ - ଯାଜପୁର ସୁକିନ୍ଦା ପୋଲିସର ଦାଦାଗିରି । ଜଣକୁ ଗିରଫ୍ କରିବାକୁ ଯାଇ ଅନ୍ୟ ଜଣକ ଘରେ ପଶିଲା ପୁଲିସ । ବିନା କାରଣରେ ପୋଲିସ ମାଡର ଶକାର ହେଲେ ଜଣେ ନାବାଳିକା । ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିବାକୁ ଯାଇ ଜଣେ ୧୨ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲା । ଯେଉଁଥିରେ ନାବାଳିକା ଗୁରୁତର ହୋଇପଡିଥିଲେ । ନାବାଳିକାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ଏ ସମ୍ପର୍କରେ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ମା ।
ଯାଜପୁର ସୁକିନ୍ଦା ପୋଲିସର ଦାଦାଗିରି । ଜଣକୁ ଗିରଫ୍ କରିବାକୁ ଯାଇ ଅନ୍ୟ ଜଣକ ଘରେ ପଶିଲା ପୁଲିସ । ବିନା କାରଣରେ ପୋଲିସ ମାଡର ଶିକାର ହେଲେ ଜଣେ ନାବାଳିକା । ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିବାକୁ ଯାଇ ଜଣେ ୧୨ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲା । ଯେଉଁଥିରେ ନାବାଳିକା ଗୁରୁତର ହୋଇପଡିଥିଲେ । ନାବାଳିକାଙ୍କୁ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ଏ ସମ୍ପର୍କରେ ଯାଜପୁର ଏସପି ଚରଣ ସିଂ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପିଡିତାଙ୍କ । ଅଭିଯୁକ୍ତ ହେଲେ ଖୋଦ୍ ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀ । ଅଭିଯୋଗ ମୁତାବକ ଜଣକୁ ଗିରଫ୍ କରିବାକୁ ଯାଇ ଅନ୍ୟ ଜଣକ ଘରେ ପଶି ପୁଲିସ କରିଛି ଏଭଳି ଉନ୍ମତ୍ତକାଣ୍ଡ । ପୁଲିସ ତାଙ୍କ ବେଡରୁମରେ ପଶି ମହିଳାଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲା । ଘର ବାରଣ୍ଡାରେ ତାଙ୍କ ଝିଅକୁ ମଧ୍ୟ ଠେଲି ପକାଇଥିଲା । ଯେଉଁଥିରେ ଝିଅ ଗୁରୁତର ଭାବେ ଆହତ ହୋଇଥିବା ସୁଶ୍ରୀସଙ୍ଗୀତା ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ ସୁକିନ୍ଦା ଥାନା ଅଞ୍ଚଳର ଜିତେନ୍ଦ୍ର ଦାସଙ୍କ ପୁଅ ଜ୍ଞାନରଞ୍ଜନ ଦାସଙ୍କ ନାମରେ ଗିରଫ୍ ପରୱାନା ଜାରି ହୋଇଥିଲା । ତେବେ ପୁଲିସ ସେହି ବ୍ୟକ୍ତିଙ୍କୁ ଗିରଫ୍ କରିବା ପରିବର୍ତ୍ତେ ସୁକିନ୍ଦା ଗଡର ଅନ୍ୟ ଜଣେ ବ୍ୟକ୍ତି ଦିନରଞ୍ଜନ ଦାସଙ୍କ ପୁଅ ଜ୍ଞାନରଞ୍ଜନ ଦାଶଙ୍କ ଘରକୁ ପଶିଯାଇଥିଲା । ସେତେବେଳେ ଜ୍ଞାନରଞ୍ଜନ ଘରର ଛାତ ଉପରେ ମୋବାଇଲରେ କଥା ହେଉଥିଲେ । ସେ ପୋଲିସର ପାଟିଶୁଣି ଛାତରୁ ଓହ୍ଲାଇ ଆସିଥିଲେ । ପୋଲିସ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଟଣାଘୋଷରା କରିଥିଲା । ସେଥିରେ ଥାନା ଅଧିକାରୀଙ୍କ ସହ ଅନ୍ୟ କେତେକ ପୋଲିସ କର୍ମଚାରୀ ସାମିଲ ଥିଲେ । ତେବେ ଜ୍ଞାନରଞ୍ଜନ ନିଜର ଆଧାର କାର୍ଡ ଦେଖାଇ ନିଜର ପରିଚୟ ଦେବା ପରେ ପୁଲିସ ନିଜର ଭୁଲ ବୁଝିପାରି ସ୍ଥାନ ଛାଡିଦେଇଥିଲା । ସୁକିନ୍ଦା ଥାନା ଅଧିକାରୀ ସେଠୀଙ୍କ ନାମରେ ଏଭଳି ଅଭିଯୋଗ ହେବା ପରେ ଯାଜପୁର ଏସପି ଚରଣ ସିଂ ମୀନା ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳିଙ୍ଗନଗର ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଧାରଣ ଲୋକଙ୍କୁ ପୋଲିସ ଯଦି ଏହିଭଳି ଦାଦାଗିରି ଦେଖାଇବ ତାହାଲେ ସାଧାରଣ ଲୋକଙ୍କୁ ନ୍ୟାୟ କିଏ ଦେବ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.