Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଦୁର୍ଦାନ୍ତ ଅପରାଧି ଗଣେଶ ମଲିକକୁ ଏନକାଉଣ୍ଟର କଲା ପୁଲିସ

19/02/2019 at 4:15 PM

କେନ୍ଦ୍ରାପଡ଼ା ୧୯|୨: କେନ୍ଦ୍ରାପଡ଼ା ରେ ପୁଣି ଏନକାଉଣ୍ଟର | ଏଥର ପୁଲିସ ଗୁଳି ର ନିସାନl ଲାଗିଛି ଦୁର୍ଦାନ୍ତ ଅପରାଧି ଗଣେଶ ମଲିକ ଦେହରେ | ମଙ୍ଗଳବାର ଭୋରୁ ସ୍ଥାନୀୟ ହlଲ ପୁର ଗଡ଼ା ଠାରେ ସଦର ଥାନା ଓ କେନ୍ଦ୍ରାପଡ଼ା ପୁଲିସ ର ସ୍ଵତନ୍ତ୍ର ସ୍କାର୍ଡ଼ ଗଣେଶ କୁ ଏନକାଉଣ୍ଟର କରିଛି | ଗଣେଶ ର ଡାହାଣ ଗୋଡ଼ରେ ଗୁଳି ବାଜିଛି | ଗୁରୁତର ଅବସ୍ଥାରେ ଗଣେଶ କୁ ପ୍ରଥମେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ପଠାଯାଇଛି |

ଗଣେଶ ନାମରେ କେନ୍ଦ୍ରାପଡ଼ା, ବାଲିଚନ୍ଦ୍ରପୁର, ଜଗତ ସିଂ ପୁର୍, ରାଉରକେଲା, ଯାଜପୁର, କଟକ, ଖୋର୍ଦ୍ଧା  ପ୍ରଭୃତି  ଥାନାରେ ଚୋରି, ଡକାୟତି, ବଳାତ୍କାର, ହତ୍ୟା ଧମକ, ହତ୍ୟା ଉଦ୍ୟମ ଓ ଦାଦା ବଟି ଆଦାୟ ପରି ପ୍ରାୟ ୪୦ ରୁ ଅଧିକ ମାମଲା ରହିଛି | ତେବେ ୨୦୧୫ ମସିହାରୁ ଗଣେଶ ପୁଲିସ ଆଖିରେ ଧୂଳି ଦେଇ ଫେରାର୍ ହୋଇଯାଇଥିଲା |

ସୋମବାର ରାତିରେ ନିଜ ଗାଁ ସଦର ଥାନା ଅନ୍ତର୍ଗତ ହlଲ ପୁର କୁ ସରସ୍ଵତୀ ମେଳଣ ରେ ଯୋଗ ଦେବାକୁ ଆସିଥିବା ଖବର ପାଇ ପୁଲିସ ଗଣେଶ ଉପରେ ଅତର୍କିତ ଚଢାଉ କରିଥିଲା | ଗଣେଶ ଠାରୁ ଏକ ପିସ୍ତଲ ଏବଂ ୬ ରାଉଣ୍ଡ ଜୀବନ୍ତ ଗୁଳି ଯବତ୍ କରିଛି ପୁଲିସ |

.

   Related Posts