୪ ହତ୍ୟା ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କଲା ପୁଲିସ୍
6/11/2019 at 7:52 PM

ଝାରସୁଗୁଡା ୦୬।୧୧ – ଝାରସୁଗୁଡା ଜିଲ୍ଲା ବ୍ରଜରାଜ ନଗରରେ ଲୋମଟାଙ୍କୁରା ଗୁଳିକାଣ୍ଡ । ଗୁଳିକାଣ୍ଡରେ ଯୁବ ବ୍ୟବସାୟୀ ମଣ୍ଟୁଘୋଷ ମୃତ । ଗୁଳିକାଣ୍ଡ କରି ଫେରାର ହୋଇଯାଇଥିବା ୪ଅପରାଧୀଙ୍କୁ ଏନକାଉଣ୍ଟର କଲା ଝାରସୁଗୁଡା ପୋଲିସ । ସମସ୍ତ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅପରାଧୀଙ୍କ ଗୁଳିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟା ସମୟରେ ବ୍ରଜରାଜନଗର ଏକ ଜନଗହଳିପୂର୍ଣ ଅଞ୍ଚଳରେ ଘଟିଥିଲା ଏହି ଗୁଳିକାଣ୍ଡ । ପୂର୍ବ ଶତ୍ରୁତା ଓ କୋଇଲା ବ୍ୟବସାୟରେ ପତିଆରା ଜାହିର ପାଇଁ ଦୁଇ ବ୍ୟବସାୟୀ ଗୋଷ୍ଠୀ ମଧ୍ୟରେ ଏଭଳି ଗୁଳିକାଣ୍ଡ ଘଟିଥିବା ପୁଲିସ ପ୍ରଥାମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଗ୍ୟାଙ୍ଗୱାରରୁ ଫୁଟିଲା ଗୁଳି। କୋଇଲା ପାଇଁ ଗ୍ୟାଙ୍ଗସ ଅଫ୍ ବ୍ରଜରାଜନଗର ରକ୍ତମୁଖା ହୋଇଛନ୍ତି । ଟଳିଛି ଆଉ ଗୋଟିଏ ମୁଣ୍ଡ। ଏବେ କିନ୍ତୁ ସିସିଟିଭିରେ କଏଦ ହୋଇଥିଲା ସେହି ଲୋମଟାଙ୍କୁରା ଭିଜୁଆଲ । ମଙ୍ଗଳବାର ସମୟ ସଂଧ୍ୟା ସାଢ଼େ ୭ଟା। ସ୍ଥାନ ବ୍ରଜରାଜ ନଗରର କେନ୍ଦ୍ର ସ୍ଥଳରେ ଥିବା ହୋଟେଲ ଲକ୍ଷ୍ମୀ କାଫେ। ଏହିଠାରେ ହଠାତ ପଶିଥିଲେ ୪ଜଣ ଦୁର୍ବୃତ୍ତ । ପଏଣ୍ଟ ବ୍ଲାଙ୍କରୁ ମଣ୍ଟୁ ଘୋଷଙ୍କ ଉପରେ ଗୁଳି ଚଳାଇଥିଲେ। ସେହିଠାରେ ମଣ୍ଟୁଙ୍କ ମୃତ୍ୟୁ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଏହା କୋଇଲା ବ୍ୟବସାୟ ଓ ପୂର୍ବ ଶତ୍ରୁତା ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଛି । ତେବେ ଅପରାଧୀଙ୍କୁ ଏକକାଉଣ୍ଟର କରି କାବୁ କରିବାରେ ସଫଳ ହୋଇଛି ପୋଲିସ । ବ୍ରଜରାଜ ନଗର ଚାରିପଟୁ ସିଲ୍ କରି ଅପରାଧୀଙ୍କ ପିଛା କରୁଥିବା ପୋଲିସ ସ୍ଥାନୀୟ ମଧୁପୁର ଜଙ୍ଗଲ ନିକଟରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ।

ଗୁରୁତର ଅପରାଧୀ ମାନଙ୍କୁ ସ୍ଥାନୀୟ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କ ପାଲଟା ଗୁଳିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ଚାରି ଅଭିଯୁକ୍ତ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ, ରଫିକ ଅନସାରୀ । ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ କହିଛନ୍ତି ଝାରସୁଗୁଡ଼ାର ଗ୍ୟାଙ୍ଗୱାରକୁ ଚେରରୁ ଉପାଡ଼ିବ ପୋଲିସ।

୪ ଅପରାଧୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମଣ୍ଟୁ ଘୋଷ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ଭାଇ। ଚାରିମାସ ତଳେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ସୋନୁ । ଏବେ ସୋନୁ ଜେଲରେ। ଏବେ ସୋନୁର ଭାଇକୁ ଅମିତର ଭାଇ ହତ୍ୟା କରିଛି ।

ପୋଲିସ ଏନକାଉଣ୍ଟରରେ ଆହତ ସମସ୍ତ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳ ରେ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।