ମହିଳାଙ୍କ ବେକରୁ ସୁନା ଚେନ୍ ଛଡାଉଥିବା ଅପରାଧୀକୁ ସିସିଟିଭିରୁ ଚିହ୍ନଟ କରିଥିଲା ପୋଲିସ, ଆଜି ହେଲା ଏନ୍‌କାଉଣ୍ଟର…

Published By : Prameya-News7 Bureau | September 10, 2019 IST

ସମ୍ବଲପୁର ୧୦|୯: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗକୁ ଏନକାଉଣ୍ଟର । ଗଲା କିଛି ଦିନ ହେଲା ତ୍ରିଦେବ ଗ୍ୟାଙ୍ଗ୍‌ ସମ୍ବଲପୁର ସମେତ ବରଗଡ଼, ଦେବଗଡ଼ ଜିଲ୍ଳାରେ ନିଶାକାରବାର ସହ ଛିନତାଇ, ଲୁଟ୍‌ ଭଳି ବିଭିନ୍ନ ଅପରାଧ ଚଳାଇଥିଲା । ତ୍ରିଦେବ ସହ ତା’ର ମୁଖ୍ୟ ସହଯୋଗୀ କୁହାଯାଉଥିବା ଦୀପକ ମଣ୍ଡଲ ଏବଂ ଅନ୍ୟ ଜଣେ ନାବାଳକକୁ କାବୁ କରିଛି ପୋଲିସ । ଏହି ଗ୍ୟାଙ୍ଗ୍‌ ମହିଳାଙ୍କ ବେକରୁ ଚେନ୍‌ ଛାମ୍ପିନେଉଥିବାର ଏକ ସିସିଟିଭି ଫୁଟେଜ୍‌ ଲାଗିଛି ନ୍ୟୁଜ୍‌ ସେଭେନ୍‌ ହାତରେ ।

{"id":155772}

ସମ୍ବଲପୁର ପୋଲିସର ଦ୍ବିତୀୟ ଏନକାଉଣ୍ଟର । ଧରାପଡ଼ିଛି ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌ । ଗଲା କିଛି ଦିନ ହେଲା ତ୍ରିଦେବ ଗ୍ୟାଙ୍ଗ ସମ୍ବଲପୁର ସମେତ ବରଗଡ଼, ଦେବଗଡ଼ ଜିଲ୍ଲାରେ ନିଶାକାରବାର ସହ ଛିନତାଇ, ଲୁଟ୍‌ ଭଳି ବିଭିନ୍ନ ଅପରାଧ ଚଳାଇଥିଲା । ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ଲୋକମାନଙ୍କୁ ଟାର୍ଗେଟ୍‌ କରୁଥିଲା ଏହି ଗ୍ୟାଙ୍ଗ୍‌ ।

{"id":155773}

ସମ୍ବଲପୁର କରେଟୋଲା ସାକ୍ଷୀପଡ଼ା ଅଂଚଳରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଉଥିବା ଦୃଶ୍ୟ ଏକ ସିସିଟିଭିରେ କଏଦ୍‌ ହୋଇଥିଲା ।ଯେଉଁଥିରୁ ପୋଲିସକୁ ମିଳିଥିଲା ସୁରାକ୍‌ ।ଏହାପରେ ତ୍ରିଦେବ ଓ ତା’ର ଗ୍ୟାଙ୍ଗ୍‌କୁ ଫଲୋ କରିଥିଲା ପୋଲିସ । ପୋଲିସକୁ ଦେଖି ତ୍ରିଦେବ ଓ ତା’ର ସହଯୋଗ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ତା’ର ସବୁ ଉଦ୍ୟମ ନାକାମ୍‌ ହୋଇଥିଲା । ଆଉ ପୋଲିସର ପାଲଟା ଗୁଳିର ଶିକାର ହୋଇଥିଲା ଏହି ଅପରାଧୀ ।

{"id":155775}

ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଖେଳନା ବନ୍ଧୁକ, ୨ରାଉଣ୍ଡ ଗୁଳି, ୩ଟି ସୁନାଚେନ୍‌, ୩୦ହଜାର ଟଙ୍କା ସହ ୪ଟି ମୋବାଇଲ୍‌ ଜବତ କରିଛି ପୋଲିସ ।

{"id":155776}

କିଛି ଦିନ ତଳେ ଅର୍ଥାତ୍‌ ଗଣେଶପୂଜା ଦିନ ଦୁର୍ଦ୍ଦାନ୍ତ ଅପରାଧୀ ବିଟୁ ଓରଫ୍‌ ମୋସିମ୍‌ ଅଖ୍‌ତାରକୁ ଏନକାଉଣ୍ଟର କରିଥିଲା ପୋଲିସ । ସମ୍ବଲପୁରରେ ୩୦ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ ।

{"id":155777}

ସେମାନଙ୍କ ଭିତରୁ ୧୦ଜଣଙ୍କୁ କବ୍‌ଜାକୁ ନେଇସାରିଥିବା ବେଳେ ବାକି ଅପରାଧୀଙ୍କ ପାଳି ଖୁବ୍‌ ଶୀଘ୍ର ପଡ଼ିବ ବୋଲି ଅନୁମାନ କରାଯାଉଛି । ପୋଲିସର ଏଭଳି ଆକ୍ସନକୁ ନେଇ ଆଶ୍ବସ୍ତ ହୋଇଛନ୍ତି ସହରବାସୀ ।

{"id":155779}

ସମ୍ବଲପୁରରେ ଏବେ ଅପରାଧୀଙ୍କ ପାଖରେ ୨ଟି ଅପସନ୍‌ । ସରେଣ୍ଡର ନଚେତ୍‌ ଏନକାଉଣ୍ଟର । ପୋଲିସର ଆକ୍ସନକୁ ଦେଖି ଏବେ ପ୍ରମାଦ ଗଣିଲେଣି ଅପରାଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.