ଖୋର୍ଧା ଜିଲ୍ଲା ରାମେଶ୍ବର ଛକ ନିକଟ ଜଙ୍ଗଲରେ ପୋଲିସର ଏନକାଉଣ୍ଟର
17/08/2018 at 7:30 PM

ଖୋର୍ଧା ଜିଲ୍ଲା ରାମେଶ୍ବର ଛକ ନିକଟ ଜଙ୍ଗଲରେ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ୍ ସାହା ଆହତ । ଫିରୋଜକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ଫିରୋଜକୁ ଧରିବା ପାଇଁ ରାମେଶ୍ବର ଛକ ନିକଟ ଜଙ୍ଗଲରେ ଟାଙ୍ଗୀ ଓ ନିରାକାରପୁର ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଏହି ସମୟରେ ଫିରୋଜ ଓ ତାର ସହଯୋଗୀ ପୋଲିସ ଉପରକୁ ଗୁଳି ଚାଳନା କରିବା ସହ ବୋମା ଫୋପାଡିଥିଲେ । ଏଥିରେ ନିରାକାରପୁର ଆଇ.ଆଇ.ସି ସରୋଜ ଉପାଧ୍ୟାୟ ସମେତ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ର ପାଲଟା ଗୁଳିରେ ଫିରୋଜର ବାମ ଗୋଡରେ ଗୁଳି ବାଜିଥିଲା । ହେଲେ ଘଟଣାସ୍ଥଳରୁ ତାର ସହଯୋଗୀ ଫେରର ହୋଇଥିବା ଏସ୍ ପି ଦିପ୍ତିରଞ୍ଜନ ରାୟ ସୂଚନା ଦେଇଛନ୍ତି ।
Related Posts
ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ
22 May 2022