ଅନୁଗୋଳ ୧୯/୧୧: ଅନୁଗୋଳରେ ପୋଲିସର ଏନ୍କାଉଣ୍ଟର । ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ବେଲୁ ଖାନ୍ ଗୁରୁତର ହୋଇଛି। ପେଟ୍ରୋଲ ପମ୍ପରୁ ଲୁଟ୍ ଉଦ୍ୟମ ବେଳେ ଏନକାଉଣ୍ଟର କରାଯାଇଛି। ବେଲୁର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ବେଲୁକୁ କଟକ ସ୍ଥାନାନ୍ତର କରାଯାଇଛି। ଡେଜିଂ ପ୍ରୋଜେକ୍ଟ ନିକଟ ରତ୍ଲେଇଠାରେ ବିଳମ୍ବିତ ରାତିରେ ଅନୁଗୋଳ ପୋଲିସର ସ୍ପେଶାଲ ସ୍କ୍ବାର୍ଡର ଏନକାଉଣ୍ଟର କରିଛି। ବେଲୁ ନାଁରେ ଆଗରୁ ବିଭିନ୍ନ ଥାନାରେ ରାହାଜାନି ଓ ଡକାୟତି ମାମଲା ରହିଛି।