Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପୋଲିସ, ବାଣ୍ଟିଲେ ମାସ୍କ ଓ ଶୁଖିଲା ଖାଦ୍ୟ

27/04/2020 at 2:18 PM

ଖୋର୍ଦ୍ଧା ୨୭।୦୪ : କରୋନା ମୁକାବିଲା ପାଇଁ ପୁରା ଦେଶକୁ ଲକଡାଉନ କରାଯାଇଛି । କିନ୍ତୁ ଏହି ଲକଡାଉନର ପ୍ରଭାବ ସିଧାସଳଖ ପଡିଛି ଗରିବ ଖଟିଖିଆଙ୍କ ଉପରେ । ବର୍ତ୍ତମାନ ସମୟରେ କାମ ନମିଳିବାରୁ ବହୁ ସମସ୍ୟାରେ ରହିଛନ୍ତି । ଆଜି ଭଳି ଗରିବ ଦିନମଜୁରିଆ ମାନଙ୍କୁ ଖୋର୍ଦ୍ଧା ଏସପି କରୋନାର ଭୟାବହତା ସମ୍ପର୍କରେ ସଚେତନତା କରିବା ସହ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

କରୋନାର ଅସଲ ଯୋଦ୍ଧା ସାଜିଥିବା ଏହି ପୋଲିସ ବାହିନୀ ଆଜି ବେଗୁନିଆ ଥାନା ଅନ୍ତର୍ଗତ ଭୂଇଁପୁର, ଚଟୁଆ, ବଂକୋଇ ଗ୍ରାମରେ ଲୋକଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯାଇ ଶୁଖିଲା ଖାଦ୍ୟ ବଣ୍ଟାଯାଇଥିଲା । ସେହିପରି ଗ୍ରାମବାସୀ ମାନେ ପୋଲିସକୁ ଗ୍ରାମରେ ଫୁଲ ,ଚନ୍ଦନ ହୁଳହୁଳି ପକାଇ ସ୍ୱାଗତ କରିଥିଲେ । ପୋଲିସ ପ୍ରଶାସନର ଏଭଳି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

   Related Posts