Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଅନ୍‌ଲାଇନ୍‌ରେ ଚାଲିଥିଲା ଗଞ୍ଜେଇ ବେପାର: ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ପୋଲିସ, ୫ ଗିରଫ

12/09/2020 at 5:55 PM

ନୋଏଡା ୧୨/୦୯: ଅନ୍‌ଲାଇନ୍ ସପିଂ ସମ୍ପର୍କରେ ସମସ୍ତେ ଜାଣିଛନ୍ତି । ଅନ୍‌ଲାଇନ୍‌ ମାଧ୍ୟମରେ ଆମେ ଆମର ମନପସନ୍ଦ ଜିନିଷ କ୍ରୟ କରିପାରୁଛନ୍ତି । କିନ୍ତୁ ଏହି ଟେକ୍‌ନୋଲୋଜି ବ୍ୟବହାର କରି ଅପରାଧୀ ବହୁ ଅପରାଧିକ କାଣ୍ଡ ମଧ୍ୟ କରୁଛନ୍ତି ।

ନୋଏଡା ସେକ୍ଟର ୨୦ ଥାନା ପୋଲିସ, ଅନ୍‌ଲାଇନ୍‌ରେ ହାଇ ଗ୍ରେଡ୍‌ ଗଞ୍ଜେଇ ବେପାର କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ଏହାସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ପାଖରୁ ସାଢ଼େ ଚାରି କେଜି ଗଞ୍ଜେଇ ପୋଲିସ ଜବତ କରିଥିବା ବେଳେ ତାହାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ମଧ୍ୟରେ ଦିଲ୍ଳୀରେ ନିଯୁକ୍ତ ଜଣେ ମାଜିଷ୍ଟ୍ରେଟଙ୍କ ପୁଅ ମଧ୍ୟ ସାମିଲ ରହିଥିବା ପୋଲିସ ସୂଚନା ଦେଇଛି ।

ଶୁକ୍ରବାର ରାତିରେ ପୋଲିସଙ୍କୁ ଅନ୍‌ଲାଇନ୍ ଗଞ୍ଜେଇ ବେପାର କରୁଥିବା ଗ୍ୟାଙ୍ଗର ସୂଚନା ମିଳିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହିମାଂଶୁ ପାଓ୍ବାର, ଅମନ ଶ୍ରୀବାସ୍ତବ, ବିଶାଳ, ପ୍ରିନ୍ସ ଓ ରୋହିତ ନାମକ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଅମନ ଶ୍ରୀବାସ୍ତବର ବାପା ଦିଲ୍ଳୀରେ ମାଜିଷ୍ଟ୍ରେଟ‌ ପଦବୀରେ ନିଯୁକ୍ତ ଅଛନ୍ତି।  

   Related Posts