Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ କନ୍ୟା ଭଳି ସଜାଇଲେ ପୋଲିସ କର୍ମୀ ; ଜାଣନ୍ତୁ କାହିଁକି

3/02/2019 at 3:32 PM

ଧାନବାଦ ୩/୨ : ଗତ ୮ ଦିନ ହେଲା ମହିଳା ଥାନାରେ ଥିଲେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା | ସେ ନିଜ ଠିକଣା କହିପାରୁନଥିଲେ | ସେଥିପାଇଁ ପୋଲିସ ତାଙ୍କୁ ଥାନାରେ ରଖିଥିଲେ | ମାନସିକ ବିକାରଗ୍ରସ୍ତ ମହିଳା ହେଲେ ଦୁର୍ଗା | ଦୁର୍ଗା ଦାନାପୁର କେଣ୍ଟ ଅଂଚଳର | ବରଟାଣ୍ଡ ବସ ଷ୍ଟାଣ୍ଡରେ ଅସହାୟ ଭାବେ ବୁଲୁଥିବାବେଳେ ପୋଲିସ ଦୁର୍ଗାଙ୍କୁ ଉଦ୍ଧାର କରିଥିଲା | ପୋଲିସ ଦୁର୍ଗାଙ୍କୁ ଉଦ୍ଧାର କରି ମହିଳା ଥାନାକୁ ନେଇ ଯାଇଥିଲା | ଦୁର୍ଗା ବଡ କଷ୍ଟରେ ନିଜ ଗାଁ ଏବଂ ସ୍ୱାମୀଙ୍କ ନାଁ କହିପାରିଥିଲେ | ଗାଁ ନା ଜାଣିବା ପରେ ପୋଲିସ ପଟ କରିଥିଲା ସେହି ଗାଁ କେଉଁ ଜିଲ୍ଲା ଅନ୍ତର୍ଗତ | ଶେଷରେ ପଟ ଲଗାଇ ପୋଲିସ ମହିଳାଙ୍କ ଘରକୁ ପହଂଚିଥିଲେ | ସ୍ତ୍ରୀ ସମ୍ପର୍କରେ ସୂଚନା ପାଇ ଦୁର୍ଗାଙ୍କ ସ୍ୱାମୀ ଖୁସି ହୋଇଯାଇଥିଲେ | ପୋଲିସ ଠାରୁ ସୂଚନା ପାଇ ଦୁର୍ଗାଙ୍କ ସ୍ୱାମୀ ତାଙ୍କ ସନ୍ତାନଙ୍କ ସହ ଧାନବାଦ ପହଂଚିଥିଲେ | ସ୍ୱାମୀ ଏବଂ ସନ୍ତାନଙ୍କୁ ଦେଖି ଦୁର୍ଗା ବହୁତ ଖୁସି ହୋଇଥିଲେ |


ଦୁର୍ଗାଙ୍କ ପରିବାର ଲୋକେ କହିଥିଲେ ଯେ, ଦୁର୍ଗା ଔଷଧ କିଣିବା ପାଇଁ ବଜାରକୁ ଯାଇଥିଲେ | ବଜାରରେ ରାସ୍ତା ଭୁଲିଯାଇ ସେ ଷ୍ଟେସନରେ ପହଂଚି ଯାଇଥିଲେ | ସେଠାରୁ ଏକ ଟ୍ରେନରେ ଚଢି ସେ ଧାନବାଦ ପହଂଚି ଯାଇଥିଲେ |


ମହିଳା ଥାନାର ଜଣେ ପୋଲିସ କର୍ମୀ କହିଛନ୍ତି ଯେ, ଦୁର୍ଗା ମାନସିକ ରୋଗୀ ହେଲେ ମଧ୍ୟ ଥାନାର ସବୁ କର୍ମୀ ତାଙ୍କ ସହ ମିଶି ଯାଇଥିଲେ | ଦୁର୍ଗାଙ୍କୁ ଥାନାରୁ ବିଦା କଲାବେଳେ କିଏ ତାଙ୍କ ପାଇଁ ଶାଢ଼ୀ ଆଣିଥିଲା ତ କିଏ ଚୁଡ଼ି ଆଣିଥିଲା | ଥାନାରେ କର୍ମୀ ଦୁର୍ଗାଙ୍କୁ କନ୍ୟା ଭଳି ସଜେଇ ଦେଇଥିଲେ | ଏହାପରେ ଥାନା ଅଧିକାରୀ ସରିତା କଚ୍ଛପ ନିଜ ଅଫିସ ଗାଡିରେ ନେଇ ଷ୍ଟେସନରେ ଛାଡି ଆସିଥିଲେ |

   Related Posts