ଗଜପତି ଗସ୍ତରେ ପୋଲିସ ଡିଜି ଅଭୟ, ପୋଲିସର କାର୍ଯ୍ୟକଳାପ ଉପରେ କଲେ ଅନୁଧ୍ୟାନ

Published By : Prameya-News7 Bureau | October 14, 2021 IST

ଗଜପତି, ୧୪/୧୦: ଗଜପତିରେ ପୋଲିସ ଡିଜିପି ଅଭୟ। ଏସପି କାର୍ଯ୍ୟାଳୟରେ ପହଞ୍ଚି ଡିଜିପି ପୋଲିସର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କରିଥିଲେ। ପରେ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। ବିଶେଷକରି ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ସବୁ ମହଲରେ ଚିନ୍ତା ବଢାଇ ଥିବା ବେଳେ ଜିଲ୍ଲା ପୋଲିସ ଅଧିକାରୀଙ୍କ ସହ ଏହାର ମୂଳ ପର୍ଯ୍ୟନ୍ତ ପହଞ୍ଚି ଗଞ୍ଜେଇ ମୁକ୍ତ ଜିଲ୍ଲା କରିବାକୁ ରଣନୀତି ବିଷୟରେ ଆଲୋଚନା କରିଛନ୍ତି।

ଜିଲ୍ଲାର ଅଡବା, ମୋହନା ଓ ରା ଉଦୟଗିରି ଥାନାରେ ଗଞ୍ଜେଇ ଚାଲାଣ ନେଇ ମାମଲା ବୃଦ୍ଧି ପାଉଥିବା ବେଳେ ଏଥିରେ ରୋକ୍ ଲଗାଇବା ନେଇ ଜିଲ୍ଲାର ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ଜିଲ୍ଲା ପୋଲିସରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତାଙ୍କ ଗସ୍ତ ସମୟରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଗଜପତି ଏସପି ସମେତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.