ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଡିଜିପିଙ୍କ ଆଲୋଚନା, ଲକଡାଉନ୍ ଅବଦ୍ଧି ବୃଦ୍ଧି ପ୍ରସଙ୍ଗରେ ଚର୍ଚ୍ଚା

Published By : Prameya-News7 Bureau | April 09, 2020 IST

ଭୁବନେଶ୍ୱର, ୦୯|୦୪:  ରାଜ୍ୟ ପୋଲିସ ଡିଜି ଆଜି ସମସ୍ତ ଜିଲ୍ଲା ଏସପି, ଆଇଜି, ଡିଆଇଜିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି । ଲକଡାଉନ ଅବଦ୍ଧି ବୃଦ୍ଧିକୁ ନେଇ ପୋଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଏହାସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଜ୍ କରାଯାଇଥିବା ବାଇକକୁ ଛାଡ କରିବା, ପୋଲିସ କର୍ମଚାରୀଙ୍କ ବିଶ୍ରାମ, ପୋଲିସ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା, ପରିବହନ ଗାଡିର ମୁକ୍ତ ଚଳାଚଳ, ଆତ୍ୟାବଶ୍ୟକୀୟ ସାମଗ୍ରୀ ଲୋକଙ୍କ ନିକଟରେ ପହଁଚାଇବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.