କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା

Published By : Prameya-News7 Bureau | November 03, 2019 IST

କଳାହାଣ୍ଡି  ୩।୧୧:  ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ଦିନିକିଆ କଳାହାଣ୍ଡି ଗସ୍ତ କରିଛନ୍ତି । ଡିଜିପିଙ୍କ ଗସ୍ତ ଅବସରରେ  ଭବାନୀପାଟଣା ଠାରେ ନୁତନ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସହ ରିଜର୍ଭ ପୋଲିସ ଗୃହ ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ  ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ, ଡିଜିପି ବି.କେ ଶର୍ମାଙ୍କ ସହ ଡିଆଇଜି ସଫିନ ଅହମ୍ମଦ ଦ୍ବାରା ଉଦଘାଟିତ ହୋଇଯାଇଛି ।

{"id":178452}

ଭବାନୀପାଟଣା ଠାରେ ପୋଲିସ ଆଧିକାରୀଙ୍କ ସହ ଆୟୋଜିତ ସମୀକ୍ଷା ବୈଠକରେ  ମୋ ସରକାର କାର୍ଯ୍ୟକ୍ରମକୁ ସାକାର କରିବାକୁ ଆଲୋଚନା ହୋଇଥିଲା  ।ବୈଠକରେ ଲୋକଙ୍କ ନିକଟତର ହେବାକୁ ଗୁରୁତ୍ବାରୋପ କରାଯାଇଥିଲା । ଏହି ଗସ୍ତ  ଆବସର ରେ ଭବାନୀପାଟଣା ଟାଉନ ଥାନାକୁ ଅତ୍ୟାଧୁନିକ ଥାନା କରିବାକୁ ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.