Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଭଦ୍ରକରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

25/04/2021 at 2:28 PM

ଭଦ୍ରକ ୨୫।୦୪: ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ ବଢିଚାଲିଛି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଏହି ସଂକ୍ରମଣ ଚେନ୍‌କୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହିପରିପେକ୍ଷୀରେ ଆଜି ପୋଲିସ ଡିଜି ଅଭୟ ଭଦ୍ରକ ଜିଲ୍ଲା ଗସ୍ତରେ ଆସି କୋଭିଡ଼ ସ୍ଥିତି ଓ ପୋଲିସର କାର୍ଯ୍ୟକ୍ରମ ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି ।

ତେବେ ଏହି ସମୀକ୍ଷା ବୈଠକରେ ଏଡିଜି ଯଶୱନ୍ତ ଜେଠୱା, ପୂର୍ବାଞ୍ଚଳ ଆଇଜି ଦୀପତେଶ  ପଟ୍ଟନାୟକ ଓ ଭଦ୍ରକ ଏସପି ଚରଣ ସିଂ ମିନାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । କରୋନା ମୁକାବିଲାରେ ଭଦ୍ରକ ପୋଲିସ ଭଲ କାର୍ଯ୍ୟକ୍ରମ କରିବା ସହିତ ଭଦ୍ରକ ଜନସାଧାରଣ ପୋଲିସ, ପ୍ରଶାସନ କୁ ସହଯୋଗ କରୁଥିବା  କଥା ଡିଜି ଅଭୟ କହିଛନ୍ତି । ସେହିପରି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ଏଡିଜି କହିଛନ୍ତି ଯେ, ଭଦ୍ରକ ଜ଼ିଲ୍ଲାର ବିଭିନ୍ନ ସୀମାକୁ ଜଗିବା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୪୯ଟି ଟ୍ୟାଙ୍କର ଯୋଗେ ୮୬୯ ମେଟ୍ରିକ ଟନ ଅକ୍ସିଜେନ ଉତ୍ତରପ୍ରଦେଶ, ହରିୟାଣା , ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଆଦି ରାଜ୍ୟକୁ ପଠାସରିଛି । ଏହି ସବୁ ଅକ୍ସିଜେନ ଅନୁଗୁଳ, ଯାଜପୁର, ଢେଙ୍କାନାଳ, ରାଉରକେଲା ଆଦି ସ୍ଥାନରୁ ପଠାଯାଉଛି । ପୋଲିସ ନେତୃତ୍ୱରେ ସୁରକ୍ଷିତ ଭାବେ ଅନ୍ୟ ରାଜ୍ୟର ସୀମା ପର୍ଯ୍ୟନ୍ତ ପଠାଇବାର ସୁବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଜ଼ିଲ୍ଲାର ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ମେଡିକାଲ ଅକ୍ସିଜେନକୁ ତଦାରଖ କରୁଥିବା କଥା ଏଡିଜି କହିଛନ୍ତି ।

   Related Posts