ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଆର୍.ପି. ଶର୍ମା : ବେଜାଙ୍ଗିୱାଡାରେ ମାଓ ଅପରେସନର ଘଟଣାର କରିବେ ସମୀକ୍ଷା
6/11/2018 at 9:19 AM

ମାଲକାନଗିରି ୬|୧୧: ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଆର୍.ପି ଶର୍ମା । ତାଙ୍କ ସହ ଏଡିଜି ଅପରେସନ ଆର୍.ପି କୋଚେ ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଅରୁଣ ରାୟ ମଧ୍ୟ ରହିବେ । ବେଜାଙ୍ଗିୱାଡାରେ ହୋଇଥିବା ମାଓ ଅପରେସନର ପୋଲିସର ସଫଳତାର ସମୀକ୍ଷା କରିବେ । ଗତକାଲି ମାଲକାନଗିରିରେ ପୋଲିସ ଏନକାଉଣ୍ଟରରେ ୫ ମାଓବାଦୀ ପ୍ରାଣ ହରାଇଥିଲେ । ପୋଲିସର ମନୋବଳ ବଢାଇବାକୁ ଡିଜିପିଙ୍କ ଗସ୍ତ ବିଶେଷ ଗୁରୁତ୍ବ ବହନ କରିବ । ଗତକିଛି ଦିନ ତଳେ ଆନ୍ଧ୍ର-ଓଡିଶା ଡିଜିପି ସ୍ତରୀୟ ବୈଠକରେ ନକ୍ସଲ ଦମନ ରଣନୀତି ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା । ସେଥିରେ ଅନ୍ତରାଜ୍ୟ ସୂଚନା ଆଦାନପ୍ରଦାନ ଉପରେ ଜୋର ଦିଆଯାଇଥିଲା । ଏହି ବୈଠକ ପରେ ପୋଲିସକୁ ସଫଳତା ମିଳିଛି ।