Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ମାଲକାନଗିରି ଗସ୍ତରେ ପୋଲିସ ଡିଜି ଆର.ପି. ଶର୍ମା ; ମାଓ ଅପରେସନ ନେଇ କଲେ ସମୀକ୍ଷା

6/11/2018 at 2:33 PM

ମାଲକାନଗିରି ୬|୧୧: ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଆର୍.ପି ଶର୍ମା । ତାଙ୍କ ସହ ଏଡିଜି ଅପରେସନ ଆର୍.ପି କୋଚେ ଓ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଅରୁଣ ରାୟ ଉପସ୍ଥିତ ଅଛନ୍ତି । ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ବେଜାଙ୍ଗିୱାଡାରେ ହୋଇଥିବା ମାଓ ଅପରେସନରେ ପୋଲିସର ସଫଳତାର ସମୀକ୍ଷା କରିଛନ୍ତି ଡିଜି । ବୈଠକରେ ବିଏସଏଫ ଏବଂ ଓଡିଶା ପୋଲିସ ମଧ୍ୟରେ କିଭଳି ଭାବେ ସମନ୍ବୟ ରକ୍ଷା କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ଆଗାମୀ ଦିନରେ ନକ୍ସଲ ଅପରେସନରେ କିଭଳି ଭାବେ ଯବାନମାନଙ୍କୁ ଆହୁରି ସଫଳତା ମିଳିପାରିବ ସେନେଇ ଆଲୋଚନା କରାଯାଇଛି । ବୈଠକରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଗତକାଲି ମାଓ ଅପରେସନରେ ସାମିଲ ଥିବା ଯବାନମାନଙ୍କୁ ପୁରଷ୍କୃତ କରିଛନ୍ତି ଡିଜିପି । ମାଲକାନଗିରିରେ ସାଧାରଣ ନିର୍ବାଚନ ପୂର୍ବରୁ କିଭଳି ଭାବେ ଆହୁରି ଅଧିକ ବିଏସଏଫ କ୍ୟାମ୍ପ୍ ସ୍ଥାପନ କରାଯାଇପାରିବ ସେନେଇ ଡିଜିପି ଅଧିକ ଗୁରୁତ୍ବ ଦେଇଛନ୍ତି । ବିଏସଏଫ ଡିଆଇଜିଙ୍କ ସହ ମଧ୍ୟ ବିସ୍ତୃତଭାବେ ଆଲୋଚନା କରିଥିଲେ ।

ଗତକାଲି ମାଲକାନଗିରିରେ ପୋଲିସ ଏନକାଉଣ୍ଟରରେ ୫ଜଣ ମାଓବାଦୀ ପ୍ରାଣ ହରାଇଥିଲେ । ପୋଲିସର ମନୋବଳ ବଢାଇବାକୁ ଡିଜିପିଙ୍କ ଗସ୍ତ ବିଶେଷ ଗୁରୁତ୍ବ ବହନ କରିବ । ଗତକିଛି ଦିନ ତଳେ ଆନ୍ଧ୍ର-ଓଡିଶା ଡିଜିପି ସ୍ତରୀୟ ବୈଠକରେ ନକ୍ସଲ ଦମନ ରଣନୀତି ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଥିଲା । ସେଥିରେ ଆନ୍ତରାଜ୍ୟ ସୂଚନା ଆଦାନପ୍ରଦାନ ଉପରେ ଜୋର ଦିଆଯାଇଥିଲା । ଏହି ବୈଠକ ପରେ ପୋଲିସକୁ ସଫଳତା ମିଳିଛି । ତେଣୁ ଆଗକୁ କିଭଳି ରଣନୀତି ପ୍ରସ୍ତୁତ ହେବ ଆଜି ବୈଠକରେ ସମୀକ୍ଷା କରାଯାଇଛି ।

   Related Posts