ବିଜେପୁର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି
9/10/2019 at 12:36 PM

ବରଗଡ ୯।୧୦: ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ବରଗଡ ଏସପିଙ୍କ କାର୍ଯ୍ୟାଳୟରେ ବସିଛି ସମୀକ୍ଷା ବୈଠକ ।

ଏହି ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍, ୬ଜଣ ଏସପି, ଏଡିଜି ଆଇନ ଶୃଙ୍ଖଳା, ଏଡିଜି ଇଣ୍ଟେଲିଜେନ୍ସ, ଆଇଜି ସ୍ପେଶାଲ ବ୍ରାଞ୍ଚ, ବିଏସଏଫ ଆଇଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

ସେପଟେ ଉପନିର୍ବାଚନ ପାଇଁ ଆଜିଠାରୁ ଜୋର ଧରିବ ପ୍ରଚାର । ୩ ଦଳର ନେତାମାନେ ବିଜେପୁର ବ୍ୟାଟେଲ୍ ପାଇଁ ମଇଦାନକୁ ଓହ୍ଲାଇବେ ।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021