ପିପିଲି ଥାନାରେ ପୋଲିସ ଡିଜି ଅଭୟ, ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା

Published By : Prameya-News7 Bureau | April 12, 2021 IST

ପିପିଲି ୧୨।୦୪: ପିପିଲା ଥାନାରେ ପୋଲିସ ଡିଜି ଅଭୟ । ପିପିଲି ଉପନିର୍ବାଚନରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନେଇ ପୋଲିସ ଡିଜି ସମୀକ୍ଷା କରୁଛନ୍ତି । ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍‌ପି, ଅତିରିକ୍ତ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ଖବର ଅନୁଯାୟୀ, ଆଉ ଦିନ କେଇଟା ପରେ ପିପିଲିରେ ଉପନିର୍ବାଚନ ପାଇଁ ମତଦାନ ହେବ । ଏଥିଲାଗି ସବୁ ଦୋର ନିଜ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ଖାସ୍‌ କରି ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା ପ୍ରଚାର ମଇଦାନକୁ ଓହ୍ଲାଇଲେଣି । ତେବେ ନିର୍ବାଚନର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରିବା ନେଇ ପିପିଲି ଥାନାରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । କିଛି ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ତେବେ ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ଯଶବ୍ୱନ୍ତ ଜେଠଓ୍ୱା, ପୁରୀ ଏସ୍‌ପି, ଅତିରିକ୍ତ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.