Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମାଲକାନଗିରିରେ ପୋଲିସ ଡିଜି : ଜିଲ୍ଲାର ମାଓ ସ୍ଥିତିର କଲେ ସମୀକ୍ଷା, ଏନ୍‌କାଉଣ୍ଟରରେ ସାମିଲ ଥିବା ପୋଲିସ ଓ ଯବାନଙ୍କୁ ଦେଲେ ଶୁଭେଚ୍ଛା

13/10/2021 at 3:02 PM

ମାଲକାନଗିରି ୧୩।୧୦: ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ । ଡିଜିପିଙ୍କ ସହିତ ଆଇଜି ଅପରେସନ ଅମିତାଭ ଠାକୁର ଓ ଗୁଇନ୍ଦା ନିର୍ଦ୍ଦେଶକ ଅନିରୁଦ୍ଧ ସିଂ ଥିଲେ ସାମିଲ । ଜିଲ୍ଲାରେ ନକ୍ସଲ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଅପରେସନରେ ସାମିଲ ଥିବା ଥିବା ପୋଲିସ ଏବଂ ଯବାନଙ୍କୁ ଶୁଭେଛା ଜଣାଇଲେ ଡିଜିପି ।

ସମୀକ୍ଷା ପରେ ଡିଜିପି ପ୍ରେମମିଟ୍‌ କରି କହିଛନ୍ତି ଯେ,  ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସି ପାହାଡ ଉପରେ ଗତକାଲି ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ  ହୋଇଥିଲା । ଏଥିରେ ୩ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ମାଓବାଦୀ ରହିଛନ୍ତି । ଟପ୍ ମାଓନେତା ତଥା ମାଓ ସଂଗଠନର ସମ୍ପାଦକ ଅନିଲ ଓରଫ କିଶୋର ଓରଫ ମୁକା ସୋଡି ଏହି ଘଟଣାରେ ପ୍ରାଣ ହରାଇଛନ୍ତି । ଯାହାର ମୁଣ୍ଡ ଉପରେ ଓଡିଶା ସରକାର ପୁର୍ବରୁ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ଅନ୍ୟ ଜଣେ ମହିଳା ମାଓବାଦୀ ହେଉଛନ୍ତି ଏସିଏମ ସୋନି ତାଙ୍କ ମୁଣ୍ଡ ଉପରେ୪ ଲକ୍ଷ ଟଙ୍କାର ପୁରଷ୍କାର ରହିଛି ।

ସେହିପରି ପାର୍ଟି ମେମ୍ବର ଚିନ୍ନା ରାଓ ମୁଣ୍ଡ ଉପରେ ଲକ୍ଷେ ଟଙ୍କାର ପୁରଷ୍କାର ରହିଥିଲା । ଘଟଣା ସ୍ଥଳରୁ ଗୋଟିଏ SLR ରାଇଫଲ ଗୋଟିଏ INSAS ରାଇଫଲ , ୬ଟି ମାଗାଜିନ,  ୫୯ ରାଉଣ୍ଡ ଗୁଳି , କିଛି ଅଫୁଟା ଡିଟୋନିଟର,  ୱାକି ଟକି , ନକ୍ସଲ କିଟ୍ ବ୍ୟାଗ ,  ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଦରଭା ମାଓ ସଂଗଠନର ସଦସ୍ୟ ମାନେ ତୁଳସୀ ପାହାଡ ଉପରେ ଏକ କ୍ୟାମ୍ପ କରିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଏସ.ଓ.ଜି ଓ ଡି ଭି.ଏଫ ବାହୀନିର ଜବାନ ମାନେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସେଠାରେ ସର୍ଚ୍ଚ ଅପରେସନ ବେଳେ ତିନି ଜଣ ମାଓବାଦୀଙ୍କ ମୃତ ଦେହ ଠାବ କରିଥିଲେ ସୁରକ୍ଷା କର୍ମୀ ।

   Related Posts