Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ନିର୍ବାଚନ ବେଳେ ନକ୍ସଲ ମୁକାବିଲା ପାଇଁ ଆନ୍ତଃରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ତିଆରି ହେଲା ରଣନୀତି

22/02/2019 at 6:48 PM

ଭୁବନେଶ୍ବର ୨୨|୨(ଦୁଷ୍ମନ୍ତ ବେହେରା : ଆଜି ଭୁବନେଶ୍ବରରେ ଅନୁଷ୍ଠିତ ଇଣ୍ଟର ଷ୍ଟେଟ୍‌ କୋଅର୍ଡିନେସନ ମିଟିଂରେ ଓଡ଼ିଶା ସମେତ ୫ ପଡ଼ୋଶୀ ରାଜ୍ୟର ପୋଲିସ ଡିଜିଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ । ରାଜ୍ୟ ପୋଲିସ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ସମୟରେ ନକ୍ସଲ ମୁକାବିଲା ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଏଥି ସହ ଆଇନ୍‌ ବ୍ୟବସ୍ଥା, ଅପରାଧ ନିୟନ୍ତ୍ରଣ ଉପରେ ମଧ୍ୟ କିଭଳି ପଡ଼ୋଶୀ ରାଜ୍ୟମାନଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରାଯାଇପାରିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । …..

ନିର୍ବାଚନକୁ ନଜରରେ ରଖି ରଣନୀତି ଆରମ୍ଭ କରିଛି ରାଜ୍ୟ ପୋଲିସ । ପଡ଼ୋଶୀ ରାଜ୍ୟ ସହ ସମନ୍ବୟ ରକ୍ଷା କରି ନିର୍ବାଚନ ସମୟରେ କିଭଳି ନକ୍ସଲ ମୁକାବିଲା ସହ ଆଇନ୍‌ ବ୍ୟବସ୍ଥା, ଅପରାଧ ନିୟନ୍ତ୍ରଣ କରାଯାଇପାରିବ ସେ ଅନୁଷ୍ଠିତ ହୋଇଛି ଇଣ୍ଟର ଷ୍ଟେଟ୍‌ କୋଅର୍ଡିନେସନ ମିଟିଂ। ଯେଉଁଥରେ ରାଜ୍ୟ ପୋଲିସ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା  ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା ଓ ଝାରଖଣ୍ଡ ପୋଲିସ ଡିଜିଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ।

ନିର୍ବାଚନ ସମୟରେ ମାଓ ପ୍ରବଣ ଇଲାକାରେ କିଭଳି ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇପାରିବ । ରାଜ୍ୟର ସୀମାବର୍ତ୍ତୀ ଅଂଚଳରେ ଏହି ସମୟରେ, ନକ୍ସଲମାନଙ୍କ ମୁଭ୍‌ମେଣ୍ଟ,   ନିଶାଦ୍ରବ୍ୟ କାରବାର ଠାରୁ ଆରମ୍ଭ କରି ବେଆଇନ୍‌ ଅର୍ଥ କାରବାର ପର୍ଯ୍ୟନ୍ତ ସେସବୁ ଦିଗ ଉପରେ ଯେଭଳି କଡ଼ା ନଜର ରଖାଯାଇପାରିବ ସେ ନେଇ ପଡ଼ୋଶୀ ରାଜ୍ୟର ପୋଲିସର ସହାୟତା ଲୋଡ଼ାଯାଇଛି ।

ଆଜିର ଏହି  ଇଣ୍ଟରଷ୍ଟେଟ୍‌ ଡିଜି ସମ୍ମିଳନୀରେ  ୫ଟି ରାଜ୍ୟର ବରିଷ୍ଠ ଗୁଇନ୍ଦା ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହ ସମ୍ମିଳନୀରେ ଯୋଗଦେଇଥିଲେ ୪୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ।

   Related Posts