Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||

‘ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅ’, ମାଓବାଦୀଙ୍କୁ ଆହ୍ୱାନ ଦେଲେ ପୋଲିସ ଡିଜି

24/07/2020 at 4:29 PM

ଫୁଲବାଣୀ, ୨୪|୦୭: ମାଓବାଦୀ ମାନେ ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ସହ ରାଜ୍ୟର ଉନ୍ନୟନ କାର୍ଯ୍ୟରେ ସହଭାଗୀ ହୁଅନ୍ତୁ ବୋଲି ଡିଜିପି ଅଭୟ ଆହ୍ବାନ କରିଛନ୍ତି । ଗୁରୁବାର କନ୍ଧମାଳ ପୁଲିସର କମ୍ବିଂ ଅପରେସନ ବେଳେ ହୋଇଥିବା ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ପରେ ଡିଜିପି ଅଭୟ ଫୁଲବାଣୀଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭୟ ପୋଲିସରଏହି ସଫଳତା ପାଇଁ ଏସ୍ଓଜି ଟିମର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହ କନ୍ଧମାଳ ଏସପି, ଦକ୍ଷିଣାଂଚଳ ଡିଆଇଜିଙ୍କୁ ଅଭିନନ୍ଦନ ଜଣାଇଥିଲେ।

ରାଜ୍ୟରେ ଏବେ ଓଡିଆ ମାଓବାଦୀଙ୍କ ସଂଖ୍ୟା ବହୁତ ନଗଣ୍ୟ । ତେଣୁ ମାଓବାଦୀମାନେ ଆତ୍ମ ସମର୍ପଣ କରି  ଓଡିଶା ସରକାରଙ୍କ ଆତ୍ମସମର୍ପଣ ପଲିସିର ଫାଇଦା ନିୟନ୍ତୁ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଂଚଳ  ଡିଆଇଜି ସତ୍ୟବ୍ରତ ଭୋଇ ଗତ କାଲିର ପୁଲିସ୍ ଅଭିଯାନ ସମ୍ପର୍କରେ ବିସ୍ତୃତ ସୃଚନା ଦେଇଥିଲେ। ଏହି ଅଭିଯାନ ବେଳେ ହୋଇଥିବା ଗୁଳିବିନିମୟରେ ଜଣେ ମହିଳା ମାଓବାଦୀଙ୍କ ସମେତ ୨ ଜଣ ନିହତ ହୋଇଛନ୍ତି । ଏଥି ସହ ଗୋଟିଏ ଇନସାସ୍ ଦୁଇଟି ଦେଶୀ ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆଇଜି ଓପରେସନ, ଇଣ୍ଟିଲିଜେଣ୍ଟ ନିର୍ଦ୍ଦେଶକ ସମେତ ଏସପି କନ୍ଧମାଳ ଭିନିତ୍ ଅଗ୍ରୱାଲ ଉପସ୍ଥିତ ଥିଲେ।

   Related Posts