ନୂଆ ବର୍ଷ ପାଇଁ ପୁରୀର ସୁରକ୍ଷା ସମୀକ୍ଷା କଲେ ଡିଜିପି, ଉତ୍ତର-ପଶ୍ଚିମ କୋଣ ପୋଲିସ ୱାଚ୍ ଟାୱାର୍ ଚଢିଲେ ବିଦେଶିନୀ

Published By : Prameya-News7 Bureau | December 29, 2019 IST

ପୁରୀ ୨୯।୧୨: ନୂଆ ବର୍ଷ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ଆକର୍ଷଣୀୟ କରିବା ସହ ସହରର ସୁରକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୋଲିସ ଡିଜି ରବିବାର ପୁରୀରେ ସୁରକ୍ଷା ବନ୍ଦୋବସ୍ତର ସମୀକ୍ଷା କରିଛନ୍ତି । ସେପଟେ କଡ଼ା ସୁରକ୍ଷା ସତ୍ତ୍ୱେ ଉତ୍ତର-ପଶ୍ଚିମ କୋଣରେ ଥିବା ପୋଲିସ ୱାଚ୍ ଟାୱାର୍ ଉପରେ ଚଢ଼ି, ଚାରିଜଣ ବିଦେଶିନୀ ନିଷିଦ୍ଧାଞ୍ଚଳର ଭିଡିଓ ଏବଂ ଫଟୋ ଉଠାଇଥିବା ଦେଖାଯାଇଛି ।  

{"id":204290,"sizeSlug":"large"}

କାଳିଆ ଦର୍ଶନରୁ ଆରମ୍ଭ ହେବ ନୂଆବର୍ଷ । ଶ୍ରୀକ୍ଷେତ୍ରକୁ ଛୁଟିବ ଶ୍ରଦ୍ଧାଳୁଙ୍କ ସୁଅ । ନୂଆ ବର୍ଷକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରିପାଖକୁ ସଜ୍ଜା ଯାଉଛି। ସିଂହଦ୍ୱାର ଆଗରେ ନବନିର୍ମିତ ସେଡ଼କୁ ସୁନ୍ଦର ଭାବେ ଫୁଲରେ ସଜା ଯାଇଛି । ସାମ୍ନା ପାଚେରୀ କଡ଼ରେ ସୃଷ୍ଟି କରାଯାଇଛି ସବୁଜିମା।  ଏପଟେ ନୂଆବର୍ଷରେ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।  ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପୋଲିସ ଡିଜି ସମୀକ୍ଷା କରିଛନ୍ତି ।

{"id":204291,"sizeSlug":"large"}

ଶ୍ରୀମନ୍ଦିର ଓ ବେଳାଭୂମିରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର ସହ ସହର ଭିତରେ ଓ ବାହାରେ ୨୭୬ ଅଧିକାରୀ ଏବଂ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସେଡ଼କୁ ଲାଗି ବାଉଁଶରେ ତିଆରି କରାଯାଇଛି ଏକାଧିକ ବ୍ୟାରିକେଡ଼ । ବିଭିନ୍ନ ସ୍ଥାନରେ ଲଗାଯାଇଛି ଅତ୍ୟାଧୁନିକ ସିସି ଟିଭି କ୍ୟାମେରା ।

{"id":204292,"sizeSlug":"large"}

ଡିସେମ୍ବର ୩୧ ଓ ଜାନୁଆରି ୧, ଏହି ଦୁଇଦିନ ପୁରୀ ସହର ଭିତରେ ମାଲବାହୀ ଗାଡ଼ି ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ତେବେ ଯାତ୍ରୀବାହୀ ବସ୍ ଓ ଟୁରିଷ୍ଟ ବସ୍ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯାଇନାହିଁ। ତେବେ ଟୁରିଷ୍ଟ ବସ୍ ଗୁଡିକ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ।

{"id":204293,"sizeSlug":"large"}

ସେପଟେ କଡ଼ା ସୁରକ୍ଷା ସତ୍ତ୍ୱେ ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଥିବା ପୁଲିସ ୱାଚ୍ ଟାୱାର୍ ଉପରେ ଚଢି ୪ ଜଣ ବିଦେଶୀନୀ କୋଇଲି ବୈକୁଣ୍ଠ ସହ ସଲଗ୍ନ ବିଭିନ୍ନ ନିଷିଧାଞ୍ଚଳର ଭିଡିଓ ଏବଂ ଫଟୋ ଉତ୍ତୋଳନ କରିଛନ୍ତି । ୱାଚ୍ ଟାୱାର ଉପରେ ଚଢି ମୋବାଇଲ ଓ କ୍ୟାମେରା ଯୋଗେ ଫଠୋ ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିଥିଲା ।

{"id":204294,"sizeSlug":"large"}

ୱାଚ୍ ଟାୱାର ଉପରେ ସୁରକ୍ଷାକର୍ମୀ ରହିବା କଥା। କିନ୍ତୁ ସୁରକ୍ଷାକର୍ମୀଙ୍କ ଅବହେଳା ବା ଅନୁପସ୍ଥିତ କେଉଁ କାରଣରୁ ସେଠାକୁ ଚଢ଼ିଯାଇଥିଲେ ବିଦେଶିନୀ । ଯଦି କିଛି ଅଘଟଣ ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାନ୍ତା। ଶ୍ରୀମନ୍ଦିର ପ୍ରଶାସନ ନା ପୋଲିସ ପ୍ରଶାସନ ଏ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.