ଭଦ୍ରକ ଗସ୍ତରେ ପୋଲିସ ଡିଜି , ସମ୍ଭାବ୍ୟ ବାତ୍ୟା ସ୍ଥିତିର ସମୀକ୍ଷା

Published By : Prameya-News7 Bureau | May 18, 2020 IST


ଭଦ୍ରକ ୧୮।୦୫: ବାତ୍ୟାକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଭଦ୍ରକ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ବାତ୍ୟା ପ୍ରକୋପକୁ ଦୃଷ୍ଟିରେ ରଖି ଏହି ଉପକୂଳରେ ସୁରକ୍ଷା ବ୍ୟବସ୍ଥା କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସାହାଯ୍ୟ ଏବଂ ଉଦ୍ଧାର ସକାଶେ ଧାମରା ଏବଂ ଚାନ୍ଦବାଲିକୁ ୨ ଟି NDRF ଟିମ୍‌ ପଠାଇ ଦିଆଯାଇଥିବା ବେଳେ ଆଜି ବାସୁଦେବପୁର କୁ ଓଡ୍ରାଫ୍ଟ ର ଏକ ଟିମ କୁ ପଠାଯାଇଛି ।

ସେହିଭଳି ଭଦ୍ରକ ହେଡକ୍ୱାଟରରେ ଜରୁରୀ କାଳୀନ ସେବା ଯୋଗାଇ ଦେବା ସକାଶେ ଗୋଟିଏ ଓଡ୍ରାଫ୍ଟ ଟିମକୁ ରଖାଯାଇଛି । ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳରେ ଡ଼ାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ସ୍ଥଳେ ନିରାପଦ ଜାଗାକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ନେସ୍କୋ ତରଫରୁ ୫ଟି କଟର ମେସିନ ଯୋଗାଇ ଦିଆଯାଇଛି । ଅବଶ୍ୟକସ୍ଥଳେ NDRF ଓ ODRAF ବ୍ୟବହାର କରିବ । ପୋକଲୀନ ଓ ଜେସିବି ମେସିନ ମଧ୍ୟ ପ୍ରସ୍ତୁତ ରହିଛି । ପଶୁସମ୍ପଦ ପାଇଁ ଭେଟେନାରୀ ବିଭାଗ ର ଏକ କୁଇକ ରେସପନ୍ସ ଟିମ ବୁଲୁଛି । ଅଗ୍ନିଶମ ବାହିନୀ ର ୭ଟି ଟିମ ପ୍ରସ୍ତୁତ ରହିଛି । ଆବଶ୍ୟକ ସ୍ଥଳେ NDRF ଓ ODRAF ଯାଇନଥିବା ବ୍ଲକ କୁ ପଠାଯିବ । ଅନ୍ୟପଟେ ପୋଲିସ ଡିଜି ଅଭୟ ଆଜି ଭଦ୍ରକ ଆସି ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି । ଭଦ୍ରକ ଏସପି ରାଜେଶ ପଣ୍ଡିତ ଓ ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟନାୟକ ଙ୍କ ସହ ଆଲୋଚନା କରିଛନ୍ତି । ଡିଜି ଅଭୟ ଭଦ୍ରକ ପୋଲିସ ଦ୍ୱାରା ଆୟୋଜିତ କ୍ୟାମ୍ପରେ ପ୍ରବାସୀ ଙ୍କୁ ଖାଦ୍ୟ ଦିଆଯାଉଥିବା ସ୍ଥାନ ବୁଲି ଦେଖିଛନ୍ତି । ପ୍ରବାସୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଭଦ୍ରକ ଜିଲ୍ଲା ରେ କରୋନା ସ୍ଥିତି , ପ୍ରବାସୀ ଙ୍କ ସୁବିଧା ପାଇଁ ଖାଦ୍ୟ ଓ ପରିବହନ ସହ ସମ୍ଭାବ୍ୟ ବାତ୍ୟା ପାଇଁ ସହଯୋଗ ଆବଶ୍ୟକ ହେଲେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.