ରାଉରକେଲାରେ ପୋଲିସ ଡିଜି ଅଭୟ : ମାଓ ଦମନ ରଣନୀତି ନେଇ କଲେ ଆଲୋଚନା

Published By : Prameya-News7 Bureau | January 19, 2020 IST

ସୁନ୍ଦରଗଡ଼ ୧୯/୧: ରାଉରକେଲା ଗସ୍ତରେ ଆସି ଆଇନ ଶଂଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ରାଉରକେଲା ଏସପି ଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଛି । ସୁନ୍ଦରଗଡରେ ମାଓ ଦମନ ରଣନୀତି ସହ ଆଇନ ଶୃଂଖଳା ସ୍ଥିତି ଏବଂ ମହିଳା ସୁରକ୍ଷା ନେଇ ସମୀକ୍ଷା କରାଯାଇଛି ।

{"id":213381,"sizeSlug":"large"}

ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗର ଅତିରିକ୍ତ ଡିଜିପି, ପଶ୍ଚିମାଞ୍ଚଳ ଡ଼ିଆଇଜି ସାମିଲ ହୋଇଛନ୍ତି । ସମୀକ୍ଷା ବୈଠକ ପରେ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟ ପରିସରରେ ଡିଜିଟାଲ କଣ୍ଟ୍ରୋଲ ରୁମ୍ ଉଦଘାଟନ କରିବା ସହ ୨୫ଟି ପିସିଆର ଭ୍ୟାନର ଶୁଭାରମ୍ଭ କରିଛନ୍ତି ଡିଜିପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.