ଗଞ୍ଜାମ ଗସ୍ତରେ ପୋଲିସ ଡିଜି ଅଭୟ, ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

Published By : Prameya-News7 Bureau | May 10, 2020 IST

ବ୍ରହ୍ମପୁର ୧୦।୦୫: ଗଞ୍ଜାମ ଜିଲ୍ଲା ଗସ୍ତରେ ପୋଲିସ ଡିଜି ଅଭୟ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗଞ୍ଜାମରେ ବଢ଼ୁଥିବା ବେଳେ ସ୍ଥିତି ସମୀକ୍ଷା କରିବା ପାଇଁ ଡିଜିପି ଯାଇଛନ୍ତି । ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ କରୋନା ସ୍ଥିତି ସମୀକ୍ଷା କରୁଛନ୍ତି। ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ,  ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର, ଗଞ୍ଜାମ ଏସ୍ ପି ବ୍ରିଜେଶ୍ ରାଏ ପ୍ରମୁଖ ଉପସ୍ଥିତ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ସୁରଟ ଫେରନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.