Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଏମ୍ସରେ ଆହତ ୨ ଯବାନଙ୍କୁ ଭେଟିଲେ ପୋଲିସ ଡିଜି ଅଭୟ

11/07/2021 at 5:23 PM

ଭୁବନେଶ୍ବର ୧୧।୭: ଏମ୍ସ ଯାଇ ଦୁଇ ଆହତ ଯବାନଙ୍କ ଭେଟିଲେ ପୋଲିସ ଡିଜି ଅଭୟ । ଶନିବାର ଆହତ ହୋଇଥିବା ଦୁଇ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସହ କଥା ହୋଇ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜି ଅଭୟ ।  ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା  ଭଲ ଅଛି ।  ସେମାନେ ମାନସିକ ସ୍ତରରେ ମଜବୁତ ଅଛନ୍ତି ।  

ଶନିବାର  ମାଓବାଦୀଙ୍କ ସହ ଲଢେଇ ସମୟରେ ଗୁଳି ବାଜି ଆହତ ହୋଇଥିଲେ । ତାଙ୍କୁ କନ୍ଧମାଳ ଗୋଛାପଡା ଜଙ୍ଗଲରୁ ଉଦ୍ଧାର କରି ହେଲିକାପ୍ଟର ସାହାଯ୍ୟରେ ଏୟାର ଲିଫ୍ଟ କରି ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଦୁଇ ଯବାନଙ୍କୁ ଏମ୍ସକୁ ନିଆଯାଇଥିଲା ।

   Related Posts