Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଭଦ୍ରକ ଜିଲ୍ଲାରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ, କରୋନା ଯୋଦ୍ଧାଙ୍କୁ କଲେ ସମ୍ବର୍ଦ୍ଧିତ

11/08/2020 at 4:51 PM

ଭଦ୍ରକ୧୧/୮:  ଭଦ୍ରକ ଜିଲ୍ଲାରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ। ମଙ୍ଗଳବାର ପୋଲିସ୍ ଡିଜି ଅଭୟ ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ପୂର୍ବାଞ୍ଚଳ ଆଇଜି ଏବଂ ଭଦ୍ରକ ଏସପିଙ୍କ ସହ ଜିଲ୍ଲାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର କ୍ରାଇମ୍ କଣ୍ଟ୍ରୋଲ, ସାଇବର କ୍ରାଇମ୍‌ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରିଛନ୍ତି ।  କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା କରୋନା ଯୋଦ୍ଧାଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଛନ୍ତି। ଭଦ୍ରକ ପୋଲିସର କାର୍ଯ୍ୟକାରିତା ଉପରେ ସନ୍ତୁଷ୍ଟ ଥିବା ଡିଜିପି କହିଛନ୍ତି ।

ତେବେ ଜିଲ୍ଲାର ପ୍ରାୟ ୪୫ରୁ ଅଧିକ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇଥିବା ବେଳେ ଅଧିକାଂଶ ସୁସ୍ଥ ହୋଇ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ପୂନର୍ବାର ଡ୍ୟୁଟିରେ ମଧ୍ୟ ଯୋଗ ଦେଇଛନ୍ତି। ତେବେ ଜିଲ୍ଲା ପୋଲିସ ତରଫରୁ ୪୦ ଶଯ୍ୟା ବିଶିଷ୍ଠ ସ୍ଵତନ୍ତ୍ର କୋଭିଡ କେୟାର ସେଣ୍ଟର କାର୍ଯ୍ୟକାରୀ କରାଯାଇଛି । ଯେଉଁଥିରେ ସଂକ୍ରମିତ ପୋଲିସ କର୍ମଚାରୀଙ୍କ ଚିକିତ୍ସା କରାଯାଉଛି। ତେବେ ପ୍ରତ୍ୟେକ ସପ୍ତାହରେ ପୋଲିସ କର୍ମଚାରୀଙ୍କ ସହ କରୋନା ସଚେତନତା ପାଇଁ ବୈଠକ ମଧ୍ୟ ଆୟୋଜିତ ହେଉଥିବା କହିଛନ୍ତି ଭଦ୍ରକ ଏସପି ରାଜେଶ ପଣ୍ଡିତ ।

   Related Posts