ମୁକେଶ ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା SUVର ମାଲିକ ଚିହ୍ନଟ, ଚୋରି ହେଇଯାଇଥିଲା ଗାଡ଼ି

Published By : Prameya-News7 Bureau | February 26, 2021 IST

ମୁମ୍ବାଇ ୨୬।୨: ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ସମ୍ମୁଖରୁ ମିଳିଥିବା ଏସୟୁଭିର ମାଲିକ ଚିହ୍ନଟ ହୋଇଛନ୍ତି। ଗାଡିର ମାଲିକ ମନସୁଖ ହିରେନ ଓ କିଛି ଦିନ ପୂର୍ବରୁ ତାଙ୍କର ଏହି ଗାଡ଼ିଟି ଚୋରି ହୋଇଯାଇଥିଲା। ଏ ନେଇ ସେ ପୋଲିସରେ ଏତଲା ମଧ୍ୟ ଦେଇଥିଲେ। ହେଲେ ଗାଡ଼ିକୁ ପୋଲିସ ଠାବ କରିବାରେ ବିଫଳ ହୋଇଥିଲା।

{"id":415187,"sizeSlug":"large","linkDestination":"none"}

ସେହିପରି ଏହି ବାହନକୁ ସେଠାରେ ପହଞ୍ଚାଇଥିବା ବ୍ୟକ୍ତିର ଛବି ମଧ୍ୟ ସାମ୍ନାକୁ ଆସିଛି। ସିସିଟିଭି କ୍ୟାମେରା ଫୁଟେଜରୁ ତାର ପୁରା ଫଟୋ ବାହାର କରାଯାଇଛି। ସେ ମୁହଁରେ ମାସ୍କ ଲଗାଇ ରଖିଥିଲା ଓ ମୁଣ୍ଡକୁ ହୁଡରେ ଘୋଡାଇ ରଖିଥିଲା। ଏଣୁ ତାକୁ ଚିହ୍ନଟ କରିବା ସମ୍ଭବ ହେଉ ନାହିଁ।  ପୋଲିସ ଯେଉଁ ରାସ୍ତାରେ ଗାଡି ଆସି ମୁକେଶ ଅମ୍ବାନୀଙ୍କ ଘର ଆଗରେ ପହଞ୍ଚିଥିଲା ସେହି ସବୁ ରାସ୍ତାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ସଂଗ୍ରହ କରିଛି।

{"id":415188,"sizeSlug":"large","linkDestination":"none"}

ଫୁଟେଜ ଆଧାରରେ କାରଟି ୨୪ ଫେବୃଆରୀ ରାତି ପ୍ରାୟ ଗୋଟାଏ ବେଳେ ମୁକେଶ ଅମ୍ବାନୀଙ୍କ ଆଣ୍ଟାଲିଆ ଆଗରେ ଆସି ଛିଡା ହୋଇଥିଲା। ତେବେ ଫୁଟେଜରୁ ଗାଡିଟି ରାତି ସାଢେ ୧୨ଟା ବେଳେ ହାଜି ଅଲ୍ଲୀ ଜଙ୍କସନରେ ଥିବାର ଦେଖାଯାଇଛି। କାରରୁ ଅନୁନ୍ୟ ୨୦ଟି ନମ୍ବର ପ୍ଲେଟ୍ ମିଳିଛି। ଏଥିରୁ କେତୋଟି ନମ୍ବର ପ୍ଲେଟ୍ ମୁକେଶ ଅମ୍ବାନୀଙ୍କ କର୍ମଚାରୀ ବ୍ୟବହାର କରୁଥିବା ଗାଡିର ନମ୍ବର ସହ ସମାନ ଥିବା ଦେଖାଯାଇଛି। ଏଣୁ ଏହି ଗାଡ଼ିରେ ଦୁର୍ବୃତ୍ତ ଅମ୍ବାନୀଙ୍କୁ ମୁମ୍ବାଇରେ ପିଛା କରୁଥିବାର ମଧ୍ୟ ସନ୍ଦେହ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.