ସୁନା ବ୍ୟବସାୟୀଙ୍କ ଗଳିତ ଶବ ଉଦ୍ଧାର ଘଟଣା : ୨ ଜଣଙ୍କୁ ଉଠାଇନେଲା ପୋଲିସ

Published By : Prameya-News7 Bureau | November 25, 2020 IST

ବଲାଙ୍ଗୀର ୨୫।୧୧: ନିଖୋଜର ୧୭ ଦିନ ପରେ ସୁନା ବ୍ୟବସାୟୀ ଗଜାନନ ମେହେରଙ୍କ ଗଳିତ ଶବ ଉଦ୍ଧାର ଘଟଣାରେ ନୂଆ ମୋଡ । ଘଟଣାରେ ସଂପୃକ୍ତି ସନ୍ଦେହରେ ୨ ବ୍ୟକ୍ତିକୁ ପୋଲିସ ଉଠାଇ ଜାରା କରୁଛି । ସୁନା କାରବାରକୁ ନେଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଦେଓଗାଁ ଓ ପାଟଣାଗଡ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଗତ ୨୩ ତାରିଖ ଦିନ ଦେଓଗାଁ ଓ ପାଟଣାଗଡ ସୀମା ମୁଦଘାଟ- ଚିପାକାନି ଜଙ୍ଗଲରୁ ଗଜାନନଙ୍କ ଗଳିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିଲା । ଗତ ୫ ତାରିଖ ଦିନ ପାଟଣାଗଡକୁ କାମରେ ଯିବାକୁ କହି ଘରୁ ବାହାରିଥିବା ଗାଜନନଙ୍କ କୌଣସି ଖୋଜ ଖବର ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.