Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

‘ପିହୁ’ର ମାଆକୁ ଉଠାଇନେଲା ପୋଲିସ, ବସ୍‌ ଯୋଗେ ଆସୁଥିଲେ ଭୁବନେଶ୍ୱର !

24/02/2021 at 12:39 PM

କଟକ ୨୪।୦୨: ଯାଜପୁର ଶିଶୁ ପିହୁ ନିଖୋଜ ଘଟଣା । ଭୁବନେଶ୍ବର ଅଭିମୁଖେ ଆସୁଥିବା ପିହୁର ମାଆକୁ ଉଠାଇନେଲା ପୋଲିସ । ନିଜ ହେପାଜତକୁ ନେଇ ପିହୁର ମାଆକୁ ପଚରାଉଚୁରା ଜାରି ରଖିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା କେଉଁ ଉଦ୍ଦେଶ୍ୟରେ ଭୁବନେଶ୍ବର ଆସୁଥିଲେ ତାହା ଅସ୍ପଷ୍ଟ ରହିଛି । ପୋଲିସ ପିହୁର ମାଆଙ୍କୁ କଟକରେ ଏକ ଥାନାରେ ପଚରାଉଚରା କରୁଥିବାର ମଧ୍ୟ ସୂଚନା ରହିଛି । ଏବେ ପୋଲିସ ପିହୁ ମାଙ୍କୁ ଭୁବନେଶ୍ୱର ଆଣୁଥିବାର ମଧ୍ୟ ସୂଚନା ମିଳିଛି ।

ଖବର ଅନୁଯାୟୀ, ଅଗଷ୍ଟ ୮ ତାରିଖ ୨୦୨୦ ମସିହା ରବିବାର । ଦିନ ୩ ଟା ସମୟରେ ପିହୁ ଗାଁ ଦାଣ୍ଡରେ ଖେଳୁଥିଲା । ତାପରେ ମାଆ ଝିଅକୁ ଡାକିବାକୁ ଯାଇଥିଲି ହେଲେ ପାଇନଥିଲି । ସବୁଆଡେ ଖୋଜା ଖୋଜି କଲୁ ହେଲେ ଆଉ ପିହୁକୁ ପାଇନଥିଲେ । ଏହାପରେ ଥାନାକୁ ଯାଇ ଲିଖିତ ଆକାରରେ ଅଭିଯୋଗ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ପିହୁର କୌଣସି ଖୋଜ୍‌ଖବର ମିଳିନାହିଁ । ଏପରି କି କେହି ଜଣେ ଏକ ବାଇକରେ ନେଳିଆ ଗାମୁଛରେ ବାନ୍ଧି ଗୋଟିଏ ଛୁଆକୁ ନେଇ ଯାଉଥିବାର ଦେଖିବାକୁ ପାଇଥିଲେ କିଛି ଲୋକେ । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଯାଇଥିଲା । ପୋଲିସ କାହାକୁ କିଛି ନ ପଚାରି ତଦନ୍ତ ଚାଲିଛି କହି ଚୁପ୍ ବସିଛି ବୋଲି ଅଭିଯୋଗ ହୋଇଛି ।

ସେପଟେ ପୋଲିସ ପିହୁ ନିଖୋଜ ନେଇ ଗାଁରେ ଛାନ୍‌ଭିନ୍ ଜାରି ରଖିଛି । ଗାଁରେ ଥିବା ଅନେକ ପୋଖରୀରୁ ପାଣି ଶୁଖାଯାଉଛି । କିନ୍ତୁ ଏଥିରେ ବି ପିହୁର କୌଣସି ସନ୍ଧାନ ମିଳିନଥିଲା । ‌

   Related Posts