ପୋଲିସକୁ ଅଟକ ରଖିଥିଲେ ଏବେ ଅକଲ ଗୁଡୁମ, ୩୦ ଜଣଙ୍କୁ ଉଠାଇନେଲା ଥାନା ଜିପ୍
10/08/2020 at 7:53 AM

କୋଣାର୍କ ୧୦।୦୮: ପୁରୀ ଜିଲ୍ଲା ଗୋପ ରେଢ଼ୁଆ ଗାଁରେ ପୋଲିସକୁ ଲୋକେ ଅଟକ ରଖିବା ଘଟଣା। ରାତି ଅଧରେ ରେଢ଼ୁଆ ଗାଁରୁ ୩୦ ଜଣଙ୍କୁ ଉଠାଇନେଲା ଗୋପ ଥାନା ପୋଲିସ । ୧୩ ଜଣ ମହିଳାଙ୍କ ସହ ମୋଟ ୩୦ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଗାଁ ମନ୍ଦିର ବିବାଦକୁ ନେଇ କିଛି ଦିନ ତଳେ ରାତି ଅଧରେ ଗାଁରେ ଚଢ଼ାଉ କରିଥିଲା ପୋଲିସ । ଯାହାକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଗ୍ରାମବାସୀ କିଛି ସମୟ ଧରି ପୋଲିସକୁ ଅଟକ ରଖିଥିଲେ । ଘଟଣାସ୍ଥଳକୁ ବରିଷ୍ଠ ପୋଲିସ ଅଧିକାରୀ ଯାଇ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଶାନ୍ତ ପଡ଼ିଥିଲେ । ତେବେ ଘଟଣାରେ ସଂପୃକ୍ତି ଅଭିଯୋଗରେ ଗତ ରାତିରେ ଗ୍ରାମବାସୀଙ୍କୁ ଅଟକ ରଖିଛି ପୋଲିସ । ରାତି ଅଧରେ ରେଢ଼ୁଆ ଗାଁରୁ ୩୦ ଜଣଙ୍କୁ ଉଠାଇନେଇଛି ପୋଲିସ । ୧୩ ଜଣ ମହିଳାଙ୍କ ସହ ମୋଟ ୩୦ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି ।