ନୂଆ ଟ୍ରାଫିକ ନିୟମ- ପରସ୍ପର ଉପରେ ଦୋଷ ଲଦିଲେ, ମୁହାଁମୁହିଁ ହେଲେ ପରିବହନ ଓ ପୋଲିସ ବିଭାଗ

Published By : Prameya-News7 Bureau | September 11, 2019 IST

ଭୁବନେଶ୍ବର ୧୧।୯-ନୂଆ ଟ୍ରାଫିକ ନିୟମ ଦିନକୁ ଦିନ ସରକାରଙ୍କର ମୁଣ୍ଡବ୍ୟଥା ବଢ଼ାଇବାରେ ଲାଗିଛି । ଗୋଟିଏ ପଟେ ଲୋକଙ୍କ ରୋଷ ବଢ଼ିବା ପରେ ସରକାର ଏହାକୁ ୩ ମାସ ପାଇଁ କୋହଳ କରିଛନ୍ତି । ସମସ୍ୟା କିନ୍ତୁ ଦିନକୁ ଦିନ ବଢ଼ି ଚାଲିଛି । ବର୍ତ୍ତମାନ ଦେଖାଦେଇଥିବା ସ୍ଥିତି ପାଇଁ ସରକାରଙ୍କର ଦୁଇ ବିଭାଗ ପରସ୍ପର ଉପରେ ଦୋଷ ଲଦିଛନ୍ତି ।

{"id":156357}

ନୂଆ ଟ୍ରାଫିକ ନିୟମକୁ ନେଇ ସାଧାରଣ ଲୋକେ ଏବଂ ପୋଲିସ ମୁହାଁମୁହିଁ ହେବାପରେ ଏବେ ସରକାରଙ୍କର ଦୁଇ ବିଭାଗ ଭିତରେ କଳି । ମୁହାଁମୁହିଁ ହୋଇଛନ୍ତି ପରିବହନ ବିଭାଗ ଓ ପୋଲିସ ବିଭାଗ । ମାତ୍ରାଧିକ ଫାଇନ ଆଦାୟ ବିରୋଧରେ ଲୋକେ ରାସ୍ତାକୁ ଆସିବା ପରେ ଏଥିପାଇଁ ପୋଲିସକୁ ସିଧାସଳଖ ଦାୟୀ କରିଛି ପରିବହନ ବିଭାଗ।  ଡିଜିପିଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ । ଗାଡ଼ି ଚାଳକଙ୍କୁ ପୋଲିସ ହଇରାମ କରିଥିବାରୁ ଲୋକଙ୍କ ରୋଷ ବଢ଼ିଛି।  ଯେଉଁ ପୋଲିସ କର୍ମଚାରୀ କ୍ଷମତା ବାହାରକୁ ଯାଇ ଲୋକଙ୍କଠୁ ଅଯଥା ରସିଦ କାଟିବେ ସେମାନଙ୍କ ଠାରୁ ଦୁଇଗୁଣା ଫାଇନ ଆଦାୟ କରାଯିବ।  ଗାଡ଼ି କାଗଜପତ୍ର ଯାଞ୍ଚରେ ନିୟୋଜିତ ପୋଲିସର କାମ କଣ ତାହା ମଧ୍ୟ ସୂଚାଇ ଦେଇଛି ପରିବହନ ବିଭାଗ। 

{"id":156358}

ଏନେଇ ପୋଲିସ ଡିଜିଙ୍କୁ ଆଉ ଏକ ଚିଠି ଲେଖିଛନ୍ତି ପରିବହନ ସଚିବ।  ସୂଚନା ଅନୁଯାୟୀ ଚିଠିରେ ଲେଖାଯାଇଛି ଯେ ଗାଡ଼ି ଚଳାଇବା ବେଳେ ଫୋନରେ କଥା ହେବା କିମ୍ବା ମଦ ପିଇ ଗାଡ଼ି ଚଳାଇବା ଭଳି କ୍ଷେତ୍ରରେ ପୋଲିସର ଫାଇନ୍ ଆଦାୟ କରିବାର କ୍ଷମତା ଅଛି।  ପଲ୍ୟୁସନ ସାର୍ଟିଫିକେଟ ଠାରୁ ଇନ୍ସୁରାନ୍ସ ଚେକ୍ କରିବା କାମ ପୋଲିସ ନକରୁ ଏକଥା ସ୍ପଷ୍ଟଭାବେ ପରିବହନ ବିଭାଗ ପୋଲିସ ଡିଜିଙ୍କୁ ଜଣାଇ ଦେଇଛି ।

{"id":156359}

ମୋଟର ଯାନ ଆଇନକୁ ନେଇ ତେଜିଛି ବିରୋଧ।  ଏକାଥରକେ ମୋଟା ଅଙ୍କର ଫାଇନ ଦେଖି ଲୋକଙ୍କ ମୁଣ୍ଡ ଘୁରିଯାଉଛି। ଲୋକଙ୍କ ଅସନ୍ତୋଷର ଚାପ ସରକାରଙ୍କ ଉପରେ ପଡ଼ିବା ପରେ ସରକାର ଧରିଛନ୍ତି ପରିବହନ ବିଭାଗକୁ । ଆଉ ପରିବହନ ବିଭାଗର ସିଧା ଅଭିଯୋଗ, ପୋଲିସ ହିଁ ଏଥିପାଇଁ ଦାୟୀ।  ତେବେ ନୂଆ ଟ୍ରାଫିକ ନିୟମକୁ ମୁଖ୍ୟମନ୍ତ୍ରୀ ୩ ମାସ ପାଇଁ କୋହଳ କରିବା ପରେ ମାମଲା ଟିକେ ଥଣ୍ଡା ପଡିଛି।  ହେଲେ ପୋଲିସ ଓ ପରିବହନ ବିଭାଗ ଭିତରେ ଆରମ୍ଭ ହୋଇଥିବା ଲଢେଇକୁ ନେଇ କଣ କହୁଛନ୍ତି ପୋଲିସ ଡିଜି  ନିଜର ପ୍ରତିକ୍ରିୟା ଦେଇଛନ୍ତି ।

{"id":156360}

ଫାଇନ୍ ଆଦାୟକୁ ଡରି କାଗଜପତ୍ର ନଥିବା ବହୁ ଗାଡ଼ି ଏବେ ରାସ୍ତାକୁ ଓହ୍ଲାଉ ନାହାନ୍ତି । ଗାଡ଼ି ସଂଖ୍ୟା କମିବାରୁ ପେଟ୍ରୋଲ ଓ ଡିଜେଲ ବିକ୍ରି ମଧ୍ୟ ହ୍ରାସ ପାଇଛି ।

{"id":156361}
wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.